ଏଥର ଓଡ଼ିଶାରେ ନବୀନଙ୍କ ସହ ହେବ ସାମ୍ନାସାମ୍ନି ଲଢ଼େଇ । ମୋଦିଙ୍କ ନେତୃତ୍ବରେ ଓଡ଼ିଶାର ବିକାଶ ପାଇଁ ଦାୟିତ୍ବ ଦେବାକୁ ଓଡ଼ିଶାବାସୀଙ୍କୁ ଅମିତ ଶାହ କଲେ ଅନୁରୋଧ । ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ କହିଛନ୍ତି ଲଢେଇ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ, ଏଥର ଓଡ଼ିଶାରେ ବିଜେଡି ସହ ସାମ୍ନାସାମ୍ନି ଲଢ଼େଇ ହେଉଛି । ମୋଦିଙ୍କ ନେତୃତ୍ଵରେ ସାରା ଦେଶରେ ବିକାଶର ଗାଡି ଘାଏଁ ଘାଏଁ ଗଡୁଛି । ଡବଲ ଇଂଜିନ ସରକାରରେ ବିକାଶ ବଡ଼ ଜୋରରେ ହେଉଛି । ତେଣୁ ଓଡ଼ିଶାରେ ବି ଏଥର ଡବଲ ଇଂଜିନ ସରକାର ହେବ ବୋଲି ଶାହ ଦମ୍ଭୋକ୍ତି ବାଢିଛନ୍ତି ।
'ଓଡ଼ିଆ ଭାଷା, ସଂସ୍କୃତି ଓ ରାଜ୍ୟର ଗର୍ବ ପାଇଁ ନିର୍ବାଚନ ଲଢ଼ିବାକୁ ବିଜେପି ସ୍ଥିର କରିଛି । ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମତ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଅମିତ୍ ଶାହ କହିଛନ୍ତି । ଖାଲି ଏତିକି ନୁହେଁ ବରଂ ସେ ଆହୁରି ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଓଡ଼ିଶାର ବିକାଶ ହୋଇପାରିବ । ତେଣୁ ଏଥର ଦାୟିତ୍ବ ଦେବାକୁ ଓଡ଼ିଶାବାସୀଙ୍କୁ ସେ ଅନୁରୋଧ କରିଛନ୍ତି । ମୋଟ୍ ଉପରେ ବିଜେପି ଉପରେ ଜନତାଙ୍କର ବିଶ୍ଵାସ ବଢିବାରେ ଲାଗିଛି । ଦେଶରେ ଏବେ ମୋଦି ଲହରୀ ବି ଖେଳୁଛି । ତେଣୁ ଆଗାମୀ ନିର୍ବାଚନରେ ରାଜ୍ୟରେ ବି ବିଜେପି ସରକାର ହେବ ବୋଲି ଅନେକ କହୁଥିବା ବେଳେ ଶାହା ଯେମିତି ଦମ୍ଭୋକ୍ତି ଦେଖାଇଛନ୍ତି ତାହାକୁ ନେଇ ଚର୍ଚ୍ଚା ଜୋର ।