ଆଜି କେନ୍ଦ୍ର ଗୃହମନ୍ତ୍ରାଳୟ ଅନଲକ୍-2 ପାଇଁ ଗାଇଡଲାଇନ ଜାରି କରିଛି । ଏହାସହ କଣ୍ଟାମିନେଣ୍ଟ ଜୋନରେ ଲକ୍ଡାଉନ୍ ଅବଧି ଜୁଲାଇ 31 ଯାଏ ବୃଦ୍ଧି କରାଯାଇଛି । ଅନଲକ୍-2 ଜୁଲାଇ 31 ଯାଏ ବଳବତ୍ତର ରହିବ । ଅନଲକ୍-2ରେ ରାତ୍ରି କର୍ଫ୍ୟୁରେ କିଛିଟା କୋହଳ କରାଯାଇଛି । ରାତି 10ରୁ ସକାଳ 5 ଯାଏ ବଳବତ୍ତର ରହିବ କର୍ଫ୍ୟୁ ।
ଅନ୍ୟପଟେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରିବେ । ତେବେ ଅନଲକ୍ରେ କିଛିଟା କୋହଳ ହେବାକୁ ଥିବା ବେଳେ ସାମାଜିକ ଦୂରାତା, ମାସ୍କ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି । ଏନେଇ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ବିଶେଷ ଅପିଲ କରିପାରନ୍ତି । ଏହାସହ ଦେଶରେ କରୋନା ମାମଲା ବୃଦ୍ଧି ପାଉଥିବାରୁ ଦେଶବାସୀଙ୍କୁ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରିପାରନ୍ତି । ଏହାସହ ଲୋକଙ୍କ ସହଯୋଗ ପାଇଁ ଭାରତ କରୋନା ଲଢ଼େଇ ଜାରି ରଖିଥିବା ବେଳେ ଏନେଇ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ବିଶେଷ ସନ୍ଦେଶ ମଧ୍ୟ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏହାସହ ଗଲୱାନ ଘାଟିରେ ଘଟିଥିବା ଘଟଣା ଏବଂ ଏନେଇ ଭାରତର ଆଭିମୁଖ୍ୟ ଉପରେ ଆଲୋକପାତ କରିପାରନ୍ତି ପ୍ରଧାନମନ୍ତ୍ରୀ ।