ସୂଚନାନୁଯାୟୀ, ଅନନ୍ତନାଗର ଖୁଲଚୋହର ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚିଥିବା ଗୁଇନ୍ଦା ବିଭାଗ ପକ୍ଷରୁ ଖବର ମିଳିଥିଲା। ଏହାପରେ ରବିବାର ରାତ୍ର ୧୧ଟାରେ ସୁରକ୍ଷାକର୍ମୀ ଏଠାରେ ଘେରାବନ୍ଦୀ ଆରମ୍ଭ କରିଥିଲେ। ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ ସତର୍କ ସୂଚନା ଜାରି କରାଯାଇଥିଲା। ତେବେ ସେମାନେ ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିଚାଳନା କରିଥିଲେ। ଏହା ଜବାବରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସୋମବାର ଭୋର୍ ୪ଟା ସମୟରେ ପାଲଟା ଆକ୍ରମଣ ଆରମ୍ଭ ହୋଇଥିଲା। ଆତଙ୍କବାଦୀଙ୍କଠାରୁ ଏକେ-୪୭ ଏବଂ ୨ ପିସ୍ତଲ ଜବତ ହୋଇଥିବା କଶ୍ମୀର ଜୋନ୍ ପୋଲିସ କହିଛି।
ଅନନ୍ତନାଗରେ 3 ଆତଙ୍କୀ ନିପାତ
Download Argus News App
