ଅମେଠିର ଏକ ସଭାରେ ବିଜେପି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି କହିଛନ୍ତି, "ଜୀଜା ଜି କା ନଜର ସିଟ ପର ହୈ, ସାଲେ ସାହେବ କ୍ୟା କରେଙ୍ଗେ । ଏତେ ଅହଙ୍କାର କଂଗ୍ରେସର କଣ ପାଇଁ । ଯେଉଁ କାମ ସେ ୧୫ ବର୍ଷ ହେବ କରିନାହାନ୍ତି, ତାକୁ ମୁଁ ୫ ବର୍ଷରେ କରିଦେଇଛି ।"
ଅଧିକ ପଢନ୍ତୁ ଭାରତ ଖବର
ପୂର୍ବରୁ କଂଗ୍ରେସର ଗଡ ଥିଲେ ଅମେଠି । ଯେଉଁଠି କେବଳ କଂଗ୍ରେସ ମାନଙ୍କର ଶାସନ ଚାଲିଥିଲା । ରାହୁଲ ଗାନ୍ଧି ମଧ୍ୟ ଏଠାରେ ୧୫ ବର୍ଷ ହେବ ଶାସନ କରୁଥିଲେ । ହେଲେ ୨୦୧୯ ନିର୍ବାଚନରେ ଗଡ ଜିତିଥିଲେ ସ୍ମୃତି ଇରାନୀ । ସ୍ମୃତି ଇରାନୀ ଏହି ସଭାରେ ଆହୁରି ମଧ୍ୟ କହିଥିଲେ, ଗୋଟେ ସମୟ ଥିଲା ଯେତେବେଳେ ନିର୍ବାଚନ ପାଇଁ ନେତାମାନେ ନିଜ ସିଟରେ କେହି ନବସିବା ପାଇଁ ରୁମାଲ ଛାଡି ଯାଉଥିଲେ , ରାହୁଲ ଗାନ୍ଧି ମଧ୍ୟ ଏଠାରେ ରୁମାଲ ଛାଡିବା ପାଇଁ ଆସିପାରନ୍ତି । ଯେଉଁ ନେତାମାନେ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠାର ନିମନ୍ତ୍ରଣ ପତ୍ରକୁ ଅସ୍ବୀକାର କରି ଦେଇଥିଲେ , ସେମାନେ ଅନ୍ୟ ମନ୍ଦିରରେ ବୁଲୁଥିବାର ନଜର ଆସୁଛନ୍ତି । ତେଣୁ ସେମାନଙ୍କ ପ୍ରତି ସାବଧାନ ରୁହନ୍ତୁ ଏବଂ ସତର୍କ ରୁହନ୍ତୁ ବୋଲି ଚେତାବନୀ ଦେଇଛନ୍ତି ସ୍ମୃତି ଇରାନୀ ।