ମୋଦୀ ଆହୁରୀ ମଧ୍ୟ କହିଛନ୍ତି, ୧୦ ଜୁନରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ନେବା କ୍ଷଣି ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ପାଇବେ ଓଡ଼ିଶାବାସୀ । ୭୦ ବର୍ଷରୁ ଅଧିକ ବୟସର ଲୋକଙ୍କ ଚିକିତ୍ସା ମୋଦୀ କରିବେ । ସେଥିପାଇଁ ଓଡ଼ିଶାରେ ବିଜେପି ସରକାର ଆସିବା ବହୁତ ଜରୁରୀ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ପୁରା ଦେଶର ଗରିବ ଲୋକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେଇଛନ୍ତି ମୋଦୀ ସରକାର । ଦେଶରେ ୬ କୋଟିରୁ ଅଧିକ ଲୋକ ଏହାର ସୁବିଧା ପାଇଛନ୍ତି । କିନ୍ତୁ ଓଡ଼ିଶାରେ ଏହାର ଲାଭ କେହି ପାଉନାହାନ୍ତି । କାରଣ ବିଜେଡି ସରକାର ଆୟୁଷ୍ମାନ ଯୋଜନା ଲାଗୁ କରୁନାହିଁ । ବାହାର ରାଜ୍ୟରେ ରହୁଥିବା ଓଡ଼ିଆ ଲୋକଙ୍କୁ ମାଗଣାରେ ଚିକିତ୍ସା ମିଳିପାରୁନାହିଁ । ଏଥିପାଇଁ ଦାୟୀ କିଏ ବୋଲି ପଚାରିଛନ୍ତି ମୋଦୀ।
ମୋଦୀ ଆହୁରୀ ମଧ୍ୟ କହିଛନ୍ତି, ୧୦ ଜୁନରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ନେବା କ୍ଷଣି ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ପାଇବେ ଓଡ଼ିଶାବାସୀ । ୭୦ ବର୍ଷରୁ ଅଧିକ ବୟସର ଲୋକଙ୍କ ଚିକିତ୍ସା ମୋଦୀ କରିବେ । ସେଥିପାଇଁ ଓଡ଼ିଶାରେ ବିଜେପି ସରକାର ଆସିବା ବହୁତ ଜରୁରୀ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ୩ ପରିବାରର ଖଣି ଲୁଟର ଶିକାର ଗରିବ ଶ୍ରମିକ । ଡଙ୍କାରୀରେ ବେଆଇନ୍ ଖଣି ଉତ୍ତୋଳନ ନେଲା 3 ଶ୍ରମିକଙ୍କ ଜୀବନ । 3 ଦିନ ପୂର୍ବରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଗତକାଲି ଆଉ 2 ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଛି । ଡଙ୍କାରୀରେ ବେଆଇନ୍ ବିସ୍ଫୋରଣ ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛି । କଳାପଥର ତଳେ ପୋତି ହୋଇ 3 ଶ୍ରମିକଙ୍କ ଜୀବନ ଯାଇଛି । ବିଜେଡିର ୩ ବାହୁବଳୀ ବିଧାୟକଙ୍କ ଛତ୍ରଛାୟା ତଳେ ଚାଲିଛି ବେଆଇନ ଭାବେ ଡଙ୍କାରୀ ଲୁଟ୍ ।
ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ କଳାପଥର ଖାଦାନରେ ମାଟି ପଥର ଅତଡ଼ା ଖସି ଅନେକ ଶ୍ରମିକ ଫସିଥିବା ସନ୍ଦେହ କରାଯାଉଛି I ଗତ ବୁଧବାର ବିଳମ୍ବିତ ରାତିରେ ୱାଗନ ଡ୍ରିଲ କରୁଥିବା ବେଳେ ଡଙ୍କାରୀ ପାହାଡର 5/10 ଖାଦାନରେ ଘଟିଥିଲା ଅଘଟଣ I NDRFର 40 ଜଣିଆ ଦଳ ଉଦ୍ଧାର କାର୍ଯ୍ୟରେ ଏବେ ବି ଲାଗି ରହିଛି । ଜିଲ୍ଲା ପ୍ରଶାସନ, ପୋଲିସ ଓ ଅଗ୍ନିଶମ ବାହିନୀ ମଧ୍ୟ ନିୟୋଜିତ ଅଛନ୍ତି I ସମସ୍ତ ମୃତ ଶ୍ରମିକ ଅନ୍ୟ ରାଜ୍ୟର ବୋଲି ଜଣାପଡ଼ିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଶନିବାର ଥମିଛି ପ୍ରଚାର । ସମସ୍ତ ବଳ ଲଗାଇ ଦେଇଛନ୍ତି ପ୍ରାର୍ଥୀ । ଜନତାଙ୍କ ମନ ଜିତିବା ସହ ବିକାଶ ଓ ନିଜ ନିଜ ମୁଦ୍ଦାକୁ ନେଇ ଲୋକଙ୍କ ନିକଟରେ ପହଞ୍ଚି ମନ ଜିତିବାକୁ ପ୍ରୟାସ କରିଛନ୍ତି । 5 ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସ୍କା ଏବଂ 35 ବିଧାନସଭା ଆସନ ପାଇଁ ହେବ ଭୋଟିଂ ।
9162ଟି ମତଦାନ କେନ୍ଦ୍ରରେ ଭୋଟ ଦେବେ 79 ଲକ୍ଷ 69 ହଜାର ଭୋଟର । ନିର୍ବାଚନକୁ ଅବାଧ ନିରପେକ୍ଷ ଓ ସ୍ୱଚ୍ଛ ଭାବେ ପରିଚାଳନା କରିବା ପାଇଁ ଜିଲ୍ଲାପାଳଙ୍କ ନେତୃତ୍ବରେ ସମସ୍ତ ବ୍ୟବସ୍ଥା କରାଯାଇଛି । ଫ୍ଲାଇଙ୍ଗ ସ୍କ୍ବାଡ ସହ ବ୍ୟାପକ ପୋଲିସ ମୁତୟନ ହେବେ । ନିୟୋଜିତ ହେବେ 102 କମ୍ପାନୀ ସୁରକ୍ଷା ବାହିନୀ । 60ଟି ବୁଥରେ ହେବ ଲାଇଭ ଷ୍ଟ୍ରିମିଂ ।
ଅଧିକ ପଢ଼ନ୍ତୁ ନିର୍ବାଚନୀ ଖବର:
ଅର୍ଗସ ବ୍ୟୁରୋ: ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ହୋଇପାରେ ବର୍ଷା । ପ୍ରାକ୍ ମୌସୁମୀ ଋତୁରେ ବାତ୍ୟା ଆକଳନ କଲା ପାଣିପାଗ ବିଭାଗ । ଆଗାମୀ 22 ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରାଥମିକ ସ୍ତରରେ ଉତ୍ତରପୂର୍ବ ଦିଗରେ ଗତିକରିବାର ସମ୍ଭାବନା ଥିବାବେଳେ, କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ 24ରେ ଅବପାତରେ ପରିଣତ ହେବ l
ଏହା ପ୍ରଭାବରେ 24ରେ ଦକ୍ଷିଣ ଓଡ଼ିଶା ଏବଂ 25ରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୧ ତାରିଖ ଯାଏଁ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସ୍ୱଭାବିକଠାରୁ ୨ ରୁ ୪ ଡିଗ୍ରୀ ତାପମାତ୍ରା ଅଧିକ ରହିବ । ଉପକୂଳ ଓଡ଼ିଶାରେ ଉଷ୍ମ ଆଦ୍ର ତାପମାତ୍ରା ପରିଲକ୍ଷିତ ହେବ। ଦିନ ସମୟରେ ଆଦ୍ରତା ଅଧିକ ରହୁଥିବା ହେତୁ ଗୁଳୁଗୁଳି ଅନୁଭୁତ ହେବ । ଦକ୍ଷିଣ ଓ ଦକ୍ଷିଣ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଆଗାମୀ ଦୁଇ ରୁ ତିନି ଦିନ ଯାଏଁ କାଳବୈଶାଖୀ ର ସମ୍ଭାବନା ରହିଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପାଇଁ ପାଗ ଅନୁକୂଳ ରହିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: