ଗତ କିଛି ସପ୍ତାହ ଧରି ଦେଶରେ ଅନେକ ଲୋକ ଏହି ଭାଇରସର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ବର୍ତ୍ତମାନ ସୁଦ୍ଧା ଦେଶରେ ୯୦ ଟି H3N2 ସଂକ୍ରମଣ ମାମଲା ସାମନାକୁ ଆସିଛି । ଏହାକୁ ହଂକଂ ଫ୍ଲୁ ବୋଲି ମଧ୍ୟ କୁହାଯାଉଛି । କରୋନା ପରି ଅଧିକ ଭୟାନକ ନହେଲେ ମଧ୍ୟ ଏହି ଭାଇରସ ସଂକ୍ରମିତ ଠିକ ହେବା ପାଇଁ ଅଧିକ ସମୟ ଲାଗୁଛି ବୋଲି ମେଡିକାଲ ଏକ୍ସପର୍ଟମାନେ ପ୍ରକାଶ କରିଛନ୍ତି ।
H3N2 ଭାଇରସ ଯୋଗୁଁ ଘରେ ଘରେ ଥଣ୍ଡା,କାଶ- ICMR
ଗୋଟିଏ ପଟେ ଦେଶରେ କରୋନା ସଂକ୍ରମଣ କମୁଥିବାବେଳେ ଏବେ ଥଣ୍ଡା, କାଶ ଏବଂ ଜ୍ୱର ମାମଲା ବୃଦ୍ଧି ପାଉଛି । ଏହା ଏକ ପ୍ରକାର ଇନଫ୍ଲୁଏଞ୍ଜା ଭାଇରସ । ଇନଫ୍ଲୁଏଞ୍ଜାରେ ଜ୍ବର ସହ ଗଳା, କାଶ, ଶରୀରରେ ଯନ୍ତ୍ରଣା ଏବଂ ନାକରୁ ପାଣି ବାହାରିବା ଆଦି ହୋଇଥାଏ । ଯେଉଁମାନେ ଗମ୍ଭୀର ରୋଗରେ ପୀଡିତ ଅଛନ୍ତି ସେମାନଙ୍କୁ ଏହି ଭାଇରସକୁ ନେଇ ସତର୍କ ରହିବାକୁ ନିକଟରେ ଏମ୍ସର ପୂର୍ବତନ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ନିକଟରେ ପରାମର୍ଶ ଦେଇଥିଲେ ।
ଏହି ସମ୍ପର୍କିତ ଭିଡିଓ ଦେଖନ୍ତୁ - କରୋନା ଭଳି ବ୍ୟାପୁଛି ଇନଫ୍ଲୁଏଞ୍ଜା ଭାଇରସ, H3N2