ଏହି ପର୍ଯ୍ୟାୟରେ ୮ ଜଣ କେନ୍ଦ୍ରମନ୍ତ୍ରୀ, ୨ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଜଣେ ପୂର୍ବତନ ରାଜ୍ୟପାଳ ନିର୍ବାଚନ ମଇଦାନରେ ଭାଗ୍ୟ ପରୀକ୍ଷା କରୁଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି, କେନ୍ଦ୍ରମନ୍ତ୍ରୀ କିରନ ରିଜିଜୁ, ସର୍ବାନନ୍ଦ ସୋନଓ୍ବାଲ, ଡାକ୍ତର ସଂଜୀବ ବାଲିଆନ, ଜିତେନ୍ଦ୍ର ସିଂ, ଭୂପେନ୍ଦ୍ର ଯାଦବ, ଅର୍ଜୁନରାମ ମେଘଓ୍ବାଲ ପ୍ରମୁଖ । ସେହିପରି ତାମିଲନାଡ଼ୁର କୋଏମ୍ବାଟୁର ଆସନରୁ ଲଢୁଛନ୍ତି ତାମିଲନାଡୁ ବିଜେପି ସଭାପତି ଆନ୍ନାଦୁରାଇ ।
ପ୍ରଥମ ପର୍ଯ୍ୟାୟରେ ଅରୁଣାଚଳ ପ୍ରଦେଶର ୨ଟି ଆସନ, ଆସାମର ୫ଟି ଆସନ, ବିହାରର ୪ଟି ଆସନ, ଛତିଶଗଡ଼ର ଗୋଟିଏ ଆସନ, ମଧ୍ୟପ୍ରଦେଶର ୬ଟି ଆସନ, ମହାରାଷ୍ଟ୍ରର ୫ଟି ଆସନ, ମଣିପୁରର ୨ଟି ଆସନ, ମେଘାଳୟର ୨ ଆସନ, ମିଜୋରାମ, ନାଗାଲ୍ୟାଣ୍ଡ୍, ପୁଡୁଚେରି, ସକ୍କିମ ଏବଂ ଲକ୍ଷଦ୍ବୀପର ଗୋଟିଏ ଲେଖାଏ ଆସନ, ରାଜସ୍ଥାନର ୧୨ଟି ଆସନ, ତାମିଲନାଡ଼ୁର ସମସ୍ତ ୩୯ଟି ଆସନରେ ମତଦାନ ହେଉଛି ।
ସେହିଭଳି ଉତ୍ତର ପ୍ରଦେଶର ୮ଟି ନିର୍ବାଚନ ମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ବେଳେ ପଶ୍ଚିମବଂଗର ୩ଟି ଆସନ, ଆଣ୍ଡାମାନ ଏବଂ ନିକୋବରର ଗୋଟିଏ ଆସନ, ଜମ୍ମୁ କାଶ୍ମୀରର ଗୋଟିଏ ଆସନ ଏବଂ ତ୍ରିପୁରାର ଗୋଟିଏ ଆସନ ପାଇଁ ଭୋଟ୍ ଗ୍ରହଣ ଚାଲିଛି ।