ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ବିଜେଡି ଛାଡ଼ିଲେ ରାଜ୍ୟ ସମ୍ପାଦକ ମଙ୍ଗଳ ସାହୁ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର । ପୂର୍ବରୁ ମଙ୍ଗଳ ସାହୁ ଝାରସୁଗୁଡ଼ାର ଜିଲ୍ଲା ବିଜେପି ସଭାପତି ଥିବାବେଳେ, ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ମିଶିଥିଲେ । ଆଜି ଘର ବାହୁଡ଼ା କରିବା ସହ ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇପାରନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ସୋମବାର ମୁମ୍ବାଇରେ ଜୋରରେ ପବନ ବହିବା ସହ ଭୟଙ୍କର ଧୂଳିଝଡ ହୋଇଥିଲା। ଏଠୀରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟରେ ଥିବା ହୋର୍ଡିଂ ଖସି ପଡିଥିଲା । ଧୂଳିଝଡ ପାଇଁ ହୋର୍ଡିଂ ତଳେ ଆଶ୍ରୟ ନେଇଥିବା ଅନେକ ଲୋକ ତା ତଳେ ରହି ଯାଇଥିଲେ । ଅନେକ କାର ମଧ୍ୟ ତା ତଳେ ଚାପି ହୋଇ ଯାଇଥିଲା ।
ବିଲବୋର୍ଡ ପଡିବା ପଛରେ ଥିବା ବ୍ୟକ୍ତି ଙ୍କୁ ଉଦୟପୁରରୁ ଗିରଫ କରି ମୁମ୍ବାଇକୁ ଅଣାଯାଇଥିଲା । ଇଗୋ ମିଡିଆ ପ୍ରାଇଭେଟ ଲିମିଟେଡର ମାଲିକ ଭବଶ ଭଣ୍ଡେଙ୍କୁ ମୁମ୍ବାଇ ପୋଲିସ କ୍ରାଇମ ବ୍ରାଞ୍ଚ ଏକ ବଡ ସର୍ଚ ପରେ ପରେ ଗିରଫ କରିଥିଲା ମୁମ୍ବାଇର ଘାଟକୋପରରେ ଭୁଶୁଡ଼ି ପଡ଼ିଥିବା ବିଲବୋର୍ଡ ବସାଇବା ପାଇଁ କମ୍ପାନୀ ଦାୟୀ ଥିବା ନେଇ କୁହାଯାଉଛି ।
ହୋର୍ଡିଂ ପଡି ୧୪ ମୃତ, ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭବଶ ଭଣ୍ଡେଙ୍କୁ ଗତକାଲି ରାତିରେ ରାଜସ୍ଥାନର ଉଦୟପୁରରୁ ଗିରଫ କରାଯାଇ ଆଜି ସକାଳେ ମୁମ୍ବାଇ ଅଣାଯାଇଥିଲା ଯେଉଁଠାରେ ତାଙ୍କୁ କୋର୍ଟରେ ହାଜର କରାଯିବ। ଇଗୋ ମିଡିଆ ପ୍ରାଇଭେଟ ଲିମିଟେଡର ମାଲିକ ଶ୍ରୀ ଭଣ୍ଡେଙ୍କୁ ମୁମ୍ବାଇ ପୋଲିସ ଓ କ୍ରାଇମ ବ୍ରାଞ୍ଚ ଏକ ବଡ଼ ଧରଣର ତଦନ୍ତ ପରେ ଗିରଫ କରିଥିଲା।କୋର୍ଟରେ ହାଜର କରି ତଦନ୍ତ ଅଧିକ ତଦନ୍ତ ଜାରି ରହିଛି ।
ଅର୍ଗସ ବ୍ୟୁରୋ: ଭୁବନେଶ୍ୱରରେ ପହଞ୍ଚିଲେ ବଲିଉଡ ଡ୍ରିମଗାର୍ଲ ହେମାମାଳିନୀ। ଭୁବନେଶ୍ୱର ସାଲିଆ ସାହିରେ ପ୍ରଚାର କାର୍ଯ୍ୟକ୍ରମର ରହିଛି।ବିଜେପିର ଷ୍ଟାରକ୍ୟାମ୍ପନର ହେମାମାଳିନୀ।ଭୁବନେଶ୍ୱର, ପିପିଲି ଓ କଟକରେ ପ୍ରଚାର କାର୍ଯ୍ୟକ୍ରମ ରହିଛି। ନିର୍ବାଚନକୁ ଦୃଷ୍ଟିରେ ରଖି ସବୁ ଦଳ ନିଜ ନିଜର ମୁଦ୍ଦାକୁ ନେଇ ଭୋଟରଙ୍କ ପାଖକୁ ଯାଉଛନ୍ତି। ଦିନ ୧୧ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି ହେମା ମାଳିନୀ । ୧୧ଟା ୨୦ରେ ସାଲିଆ ସାହିରେ ଜନସଭାକୁ ସମ୍ବୋଧନ କରିବେ। ଦିନ ୧ଟା ୧୦ରେ କଟକ ସଦର ନିର୍ବାଚନ ମଣ୍ଡଳୀର କିଶୋରନଗରରେ ଜନସଭା ଯିବାର କାର୍ଯ୍ୟକ୍ରମ ରହିଛି।
ଅର୍ଗସ ବ୍ୟୁରୋ: ମହିଳା କର୍ମଚାରୀଙ୍କ ଜୀବନ ସହ ଖେଳ । ବାଲେଶ୍ଵରରେ ଛତୁ ଫୁଟିଲା ଭଳି ମାଳ ମାଳ ଚିଙ୍ଗୁଡ଼ି କମ୍ପାନୀ । କମ୍ପାନୀରେ ନିୟୋଜିତ ମହିଳା କର୍ମଚାରୀଙ୍କ ଜୀବନ ସହ ଖେଳୁଛନ୍ତି କମ୍ପାନୀ ମାଲିକ । କମ୍ପାନୀରେ ବାରମ୍ବାର ବିଷାକ୍ତ ଗ୍ୟାସ ଲିକ ଯୋଗୁଁ ଘଟୁଛି ଅଘଟଣ । ଏହା ସହ ଶ୍ରମ ନିୟମକୁ ଖାତିର ନ କରି ନାବାଳିକାଙ୍କୁ କାମରେ ନିୟଜିକ କରାଯାଉଥିବା ହୋଇଛି ଅଭିଯୋଗ । ଗୁରୁବାର ନୀଳଗିରି ନିକଟ ଗଡ଼ିଆମାଳ ଠାରେ ଥିବା ଚିଙ୍ଗୁଡ଼ି କମ୍ପାନୀରେ ଅଘଟଣ ଘଟି ୧୭ ରୁ ଊର୍ଦ୍ଧ୍ବ ମହିଳା ଓ ଯୁବତୀ ଗୁରୁତର ହୋଇ ନୀଳଗିରି ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ ।
କାର୍ଯ୍ୟ କରୁଥିବା କର୍ମଚାରୀ ମାନେ ହଠାତ ମୁଣ୍ଡ ବୁଲାଇ ଅଚେତ ହୋଇପଡିଥିଲେ। ସେମାନଙ୍କ ମଧ୍ୟରେ ଅଧିକାଂଶ ଯୁବତୀ ନାବାଳିକା ଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ବାଲେଶ୍ଵର ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସେମାନଙ୍କ ସହ ଆଲୋଚନା କରିଥିଲେ । ନାବାଳିକାଙ୍କୁ ବେଆଇନ ଭାବେ କାର୍ଯ୍ୟରେ ନିୟୋଜିତ କରାଯାଉଥିବାରୁ ଜିଲ୍ଲା ପ୍ରଶାସନ ଉପରେ ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ପ୍ରତାପ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: