ରାଜ୍ୟର କନ୍ୟାକୁମାରୀ, ତିରୁନେଲଭେଲି, ଥୁଠୁକୁଡି ଏବଂ ଟେନକାଶୀ ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି । ଏହି ଜିଲ୍ଲା ଗୁଡ଼ିରେ ଘରେ ଘରେ ପାଣି ପସିଥିବା ବେଳେ ଚାଷଜମିରେ ମଧ୍ୟ ଲହଡ଼ି ଭାଙ୍ଗୁଛି ବର୍ଷା ଜଳ । ତେବେ ରିଲିଫ୍ ଅପରେସନ୍ ପାଇଁ ଇଣ୍ଡିଆ କୋଷ୍ଟଗାର୍ଡ ୬ଟି ଉଦ୍ଧାରକାରୀ ଦଳ ମୁତୟନ କରିଛି । ସେହିପରି ରାଜ୍ୟର ୮ ଜଣ ମନ୍ତ୍ରୀ ଏବଂ ୧୦ ଆଇଏଏସଙ୍କୁ ରିଲିଫ କାର୍ଯ୍ୟରେ ମୁତୟନ କରାଯଆଇଛି ।
ଅଧିକ ପଢନ୍ତୁ ଭାରତ ଖବର
ତଳିଆ ସ୍ଥାନରେ କିମ୍ବା ଜଳବନ୍ଦୀ ଅବସ୍ଥାରେ ଥିବା ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ବନ୍ୟା ଆଶ୍ରୟ ସ୍ଥଳରେ ରଖାଯାଇଛି । ସୁଲୁର ଏୟାରବେସରୁ ୨ ଟନ୍ ରିଲିଫ ସାମଗ୍ରୀ ନେଇ ବନ୍ୟାଞ୍ଚଳରେ ହାଲିକପ୍ଟର ସାହାଯ୍ୟରେ ରିଲିଫ ବଣ୍ଟାଯାଉଛି । ସେପଟେ ଏପର୍ଯ୍ୟନ୍ତ ବିପଦ ଟଳିନି କାରଣ ତାମିଲନାଡୁର ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।