ତେବେ ଏହି ଝିଅ ପୋଲିସ ଷ୍ଟେସନରେ କାନ୍ଦିକାନ୍ଦି କହିଥିଲା ଯେ, ତାର ବାପା ସେ ମହିଳାକୁ ନିଜର ସମସ୍ତ ସମ୍ପତ୍ତି ଗିଫ୍ଟ ଆକାରରେ ଦେଇଥିଲେ । ଏହାପରେ ତାଙ୍କୁ ଏକ ମନ୍ଦିରରେ ବିବାହ କରିବାକୁ ସ୍ଥିର କରିଥିଲେ । ବିବାହ ପାଇଁ ସମସ୍ତ ବନ୍ଦୋବସ୍ତ ମଧ୍ୟ କରି ସାରିଥିଲେ । ଏକଥା ଶୁଣିବା ପରେ ସେ ନିଜେ ପୋଲିସ ଷ୍ଟେସନ ଆସିଛି ଏହାକୁ ବନ୍ଦ କରିବା ପାଇଁ । ତେବେ ଝିଅଟି ଆହୁରି ମଧ୍ୟ କାନ୍ଦି କାନ୍ଦି କହିଥିଲା ଯେ, ତା ବାପାଙ୍କ ବ୍ୟତୀତ ତାଙ୍କ ପରିବାରର ପିଲାମାନଙ୍କର ଯତ୍ନ ନେବାକୁ ଆଉ କେହି ନାହାନ୍ତି । ସେଥିପାଇଁ ସେ ଚାହୁଁନି ତା ବାପା ଦ୍ବିତୀୟ ବିବାହ କରନ୍ତୁ ।
ଏ ଘଟଣା ପରେ ଏବେ ସେ ଅଞ୍ଚଳରେ ଝିଅଟି ଚର୍ଚ୍ଚାର ବିଷୟ ପାଲଟିଛି । ଛୋଟ ପିଲାଟିଏ ହୋଇଥିଲେ ମଧ୍ୟ ନିଜର ପରିବାରର ଚିନ୍ତା ତା ଭିତରେ ଥିବାରୁ ସେଠାକାର ଲୋକମାନେ ତାର ପ୍ରଶଂସା କରିଛନ୍ତି ।