ଏହି ବ୍ୟକ୍ତିଙ୍କ ନାମ ହେଉଛି ଦୀପେନ୍ଦ୍ର ରାଠୋର। ଦୀପେନ୍ଦ୍ର ରାଠୋର ଏକ ଇ-ରିକ୍ସା ଚଲାଇ ଜୀବନ ନିର୍ବାହ କରନ୍ତି। ଦୀପେନ୍ଦ୍ର ତାଙ୍କ ବିବାହକୁ ନେଇ ବହୁ ଚିନ୍ତିତ ହୋଇପଡ଼ିଥିଲେ ସେଥିପାଇଁ ସେ ଏକ ନିଆରା ଉପାୟ ଅବଲମ୍ବନ କଲେ। ଉପାୟଟା ଶୁଣିଲେ ଆପଣ ନିଶ୍ଚିତ ହଡବଡ଼େଇ ଯିବେ। ଦୀପେନ୍ଦ୍ର ତାଙ୍କ ଇ-ରିକ୍ସା ରେ ଏକ ବଡ ହୋର୍ଡିଂ ଲଗାଇଛନ୍ତି ଯେଉଁଥିରେ ସେ ତାଙ୍କର ସମ୍ପୂର୍ଣ୍ଣ ବିବରଣୀ ଦେଇଛନ୍ତି। ଏହି ହୋର୍ଡିଂରେ ସେ ଶିକ୍ଷାଗତ ଯୋଗ୍ୟତା, ଉଚ୍ଚତା, ବ୍ଲଡ ଗ୍ରୁପ ଇତ୍ୟାଦି ଲେଖିଛନ୍ତି। ସେ ଏହି ଇ-ରିକ୍ସା ଦ୍ୱାରା ସହର ପରିକ୍ରମା କରୁଛନ୍ତି।
ସେ ଇ-ରିକ୍ସାକୁ ଯୁଆଡେ ଯୁଆଡେ ନିଅନ୍ତି। ଲୋକମାନେ ତାଙ୍କ ହୋର୍ଡିଂ ଦେଖି କଣ ଲେଖାହୋଇଛି ବୋଲି ପଢ଼ି ପକାନ୍ତି। ଏଭଳି ଲେଖା ଦେଖି ଦୀପେନ୍ଦ୍ରଙ୍କ ଚର୍ଚ୍ଚା ସୁବଠି। ଦୀପେନ୍ଦ୍ର କହିଛନ୍ତି ଯେ, ମୋତେ ୩୦ବର୍ଷ ହେଲାଣି କିନ୍ତୁ ବିବାହ କରିବାକୁ କେହି କନ୍ୟା ମୋତେ ମିଳୁନାହନ୍ତି। ମୁଁ କଣ କରିବି। ଏଇ ବୟସରେ ବିବାହ ନ କଲେ ଆଉ କେବେ କରିବି। କେବେ ମୋତେ ମୋ ମନଲାଖି ଝିଅ ମିଳିବ। ମୁଁ ବୁଝି ପାରୁନି। ନା ଗର୍ଲଫ୍ରେଣ୍ଡ ମିଳୁଛି ନା କାହାକୁ ଭଲ ପାଇ ପାରୁଛି। ଆଉ ହଁ ସେ ହୋର୍ଡିଂରେ ଆଉ ଏକ କଥା ବି ଲେଖିଛନ୍ତି ମୋତେ ବିବାହ କରିବାକୁ ଝିଅ ଯେଉଁ ଜାତିର କି ଯେଉଁ ଧର୍ମର ହୋଇଥାନ୍ତୁ ସବୁ ଚଳିବ। ମୋ ପାଖକୁ ବିବାହ ପ୍ରସ୍ତାବ ନେଇ ଆସିପାରିବେ।
ଦୀପେନ୍ଦ୍ରଙ୍କ ପରିବାର ଲୋକ ତାଙ୍କ ପାଇଁ ବହୁବାର ପ୍ରସ୍ତାବ ଆଣିଛନ୍ତି କି ସବୁଥର ତାଙ୍କର ବିବାହ ଭାଙ୍ଗିଯାଇଛି। ଲୋକଙ୍କ ଏଣୁତେଣୁ କଥା ଶୁଣି ସେ ପୁରା ଡିପ୍ରେସ ହୋଇଯାଇଥିଲେ। ଆଉ ଏଥିରୁ ବଞ୍ଚିବାକୁ ସେ ଏଭଳି ନିଆରା ପ୍ରୟାସ କରିଥିଲେ।
ଅଧିକ ପଢ଼ନ୍ତୁ ଭାରତ ଖବର