ମୋଦି କହିଲେ ଦେଶ ନକାରାତ୍ମକତାକୁ ପ୍ରତ୍ୟାଖ୍ୟାନ କରିଛି। ତିନିଟି ରାଜ୍ୟର ନିର୍ବାଚନ ଫଳାଫଳ ଦେଇଛି ଅନେକ ବାର୍ତ୍ତା। ସୁଶାସନ ଆଗରେ ସତ୍ତା ବିରୋଧୀ ଲହର ପଡ଼ିଯାଏ ଫିକା। ଏଥିପାଇଁ ବିରୋଧୀଙ୍କୁ ପରାମର୍ଶ ସେମାନେ ଛାଡ଼ିଦିଅନ୍ତୁ ନକାରାତ୍ମକତା। ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବଡ଼ ପରାଜୟ ପରେ ଏବେ INDI ମେଣ୍ଟରେ ସନ୍ନାଟା। ସ୍ବାଭାବିକ ଭାବେ ବିରୋଧୀଙ୍କ ମଧ୍ୟରେ ବଢୁଛି ନିରାଶା। ତେବେ ହତାଶ ନ ହୋଇ ସକାରାତ୍ମକ ରାଜନୀତିର ମାର୍ଗ ଆପଣାଇବାକୁ ବିରୋଧୀଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ବିକଶିତ ଭାରତର ସ୍ବପ୍ନକୁ ଯଥାଶୀଘ୍ର ପୂରଣ କରିବାକୁ ହେବ। ମୋଦି କହିଛନ୍ତି ସମସ୍ତଙ୍କୁ ଏଥିରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେବାକୁ ପଡ଼ିବ। ବିରୋଧୀଙ୍କୁ ମଧ୍ୟ ସମାନ ଭାବେ ସାମର୍ଥବାନ ହେବାକୁ ପଡ଼ିବ।
ଅଧିକ ପଢ଼ନ୍ତୁ ଦେଶ ଖବର: