ଏବେ ବିଜେପି ଏହି ପ୍ରସଙ୍ଗରେ ଆପକୁ ଘେରିବା ସହ ଜୋରଦାର ଟାର୍ଗେଟ କରିଛି । ବୌଦ୍ଧ ଏବଂ ହିନ୍ଦୁ ଧର୍ମର ଲୋକଙ୍କ ମଧ୍ୟରେ ବିଭେଧ ସୃଷ୍ଟି କରିବାକୁ ପ୍ରୟାସ କରାଯାଉଥିବା ବିଜେପି କହିଛି । କେଜ୍ରିୱାଲଙ୍କ ମନ୍ତ୍ରୀ ରାଜେନ୍ଦ୍ର ଗୌତମ ଯେଉଁପରି ଭାବେ ହିନ୍ଦୁ ଦେବାଦେବୀଙ୍କ ଅପମାନ କରିଛନ୍ତି ତାହା ନିନ୍ଦନୀୟ ଏବଂ ଏଥିପାଇଁ ତାଙ୍କୁ ଦଣ୍ଡ ମିଳିବା ଦରକାର ବୋଲି କହିଛି ବିଜେପି । ସେପଟେ ତାଙ୍କ ଆସ୍ଥା ଉପରେ କାହିଁକି ପ୍ରଶ୍ନଚିହ୍ନ ଲଗାଯାଉଛି ବୋଲି ମନ୍ତ୍ରୀ ଓଲଟା ପ୍ରଶ୍ନ କରିଛିନ୍ତି ।
ହେଲେ ଏବେ ପ୍ରଶ୍ନ, ବୌଦ୍ଧ ଧର୍ମର ପ୍ରଚାର ପାଇଁ ହିନ୍ଦୁଙ୍କର ଅପମାନ କାହିଁକି ? ବୌଦ୍ଧ ଦୀକ୍ଷା ନାଁରେ ସନାତନର ଅପମାନ କାହିଁକି ? ହିନ୍ଦୁ ଦେବାଦେବୀଙ୍କ ବିରୋଧରୋ ଶପଥ କାହିଁକି ? ହିନ୍ଦୁଙ୍କ ବିରୋଧରେ ଏଜେଣ୍ଡା କାହିଁକି ? ହିନ୍ଦୁ ଧର୍ମକୁ ନର୍କ କାହିଁକି କୁହାଗଲା ? ଗୋଟିଏ ପଟେ ଗୁଜରାଟ ନିର୍ବାଚନ ପାଇଁ କେଜ୍ରିୱାଲ ମନ୍ଦିର ମନ୍ଦିର ବୁଲୁଛନ୍ତି । ହେଲେ ଏଠି ମନ୍ତ୍ରୀ ଯାହା କରୁଛନ୍ତି, ତାହା କେବଳ ପ୍ରବଞ୍ଚନା ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି ।
ଭାରତ ଖବର ଆହୁରି ପଢ଼ନ୍ତୁ ।