କିନ୍ତୁ ଯେତେବେଳେ ଏହି ନିର୍ବାଚନର ଫଳାଫଳ ଆସିଲା ସେତେବେଳେ ଆମ ଆଦମୀ ପାର୍ଟିର ପ୍ରଦର୍ଶନ ଅତ୍ୟନ୍ତ ଖରାପ ଆସିଥିଲା। ପାର୍ଟିକୁ ମାତ୍ର 5 ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି । ଗୁଜରାଟରେ ଭଲ ପ୍ରଦର୍ଶନ କରିବାକୁ କେଜରିୱାଲ ଖୁବ ପୂର୍ବରୁ ଯୋଜନା କରିଥିଲେ। କେବେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ବିରୋଧ କରି ମୋର ରାମ କେବେ ହେଲେ ମସଜିଦକୁ ଭାଙ୍ଗି ତିଆରି କରାଯାଇଥିବା ମନ୍ଦିରରେ ରହି ପାରିବ ନାହିଁ ବୋଲି କହିଥିବା କେଜରିୱାଲ ସରକାରରେ ଆସିଲେ ଗୁଜରାତର ବୟୋଜ୍ୟୋଷ୍ଠ ଲୋକ ମାନଙ୍କୁ ନିଶୁଳ୍କ ଅଯୋଧ୍ୟା ରାମ ଲାଲାଙ୍କ ଦର୍ଶନ କରାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
କେବଳ ସେତିକି ନୁହେଁ ସେ ନୋଟ ମାନଙ୍କରେ ମା ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋ ଛାପିବାକୁ ଓକିଲାତି ମଧ୍ୟ କରିଥିଲେ। ହେଲେ ଶେଷରେ କେଜରିୱାଲଙ୍କ ସମସ୍ତ ଫର୍ମୁଲା ଫେଲ ହୋଇଯାଇଛି ଓ ତାଙ୍କର ପାର୍ଟୀ ଅତ୍ୟନ୍ତ ଶୋଚନୀୟ ପ୍ରଦର୍ଶନ କରିଛି। ଅନେକ ସ୍ଥାନରେ ତାଙ୍କ ଦଳର ପ୍ରାର୍ଥୀ ମାନେ ଅମାନତ ବଂଚାଇବାକୁ ସମର୍ଥ ହୋଇ ପାରି ନାହାନ୍ତି ।