ଯେଉଁଠି ସେ ଲେଖିଛନ୍ତି ଯେ ଆଦାନୀ ଗ୍ରୁପର ପ୍ରତିଶ୍ରୁତି କେବଳ ଭିତ୍ତିଭୂମି କ୍ଷେତ୍ରରେ ନୁହେଁ ବରଂ ଆଶା, ପ୍ରଗତି ଏବଂ ଏକ ଉଜ୍ଜ୍ବଳ ଭବିଷ୍ୟତ ପାଇଁ । ଯାହାକୁ ଆଦାନୀ ଗ୍ରୁପ କରି ଦେଖାଇଥାଏ । ଆଦାନୀ ଗ୍ରୁପର ଏହି ଭାବନାତ୍ମକ ଭିଡିଓରେ ଦେଖାଯାଇଛି ଯେ, ଦେଶର କୌଣସି ଏକ ମସଫଲ ଗାଁରେ ବିଜୁଳି ନାହିଁ। ଆଉ ସେଠାରେ ରାତିର ଘନ ଅନ୍ଧାରରେ ଦୃଶ୍ୟମାନ ହେଉଥିବା କିଛି ଝାପସା ଆଲୋକରେ ଏକ ଛୋଟ ପିଲା ନିଜର ବାପାଙ୍କୁ ପଚାରୁଛି ଯେ, ବିଜୁଳି କେବେ ଆସିବ । ଆଉ ବାପାଙ୍କ ଜବାବ ରହୁଛି, ପ୍ରଥମେ ପଙ୍ଖା ଆସିବ, ତାପରେ ଆସିବ ବିଜୁଳି । ଯେଉଁ କଥାଟି ପିଲାଟି ମନରେ ଏକ ଘର କରି ରହିଯାଉଛି। ଆଉ ସେ କଥାକୁ ପିଲାଟି ସବୁଆଡେ କହି ବୁଲୁଛି । ଯାହାକୁ ହସରେ ଉଡାଇ ଦେଉଛନ୍ତି ଅନ୍ୟାମାନେ । ଏହାପରେ ସେହି ବହୁ ପ୍ରତିକ୍ଷିତ ସମୟ ଆସୁଛି । ଯେତେବେଳେ ଆଦାନୀ ଗ୍ରୁପ ପବନ ଚକ୍କି ଦ୍ବାରା ଆଲୋକିତ ହେଉଛି ଗାଁ । ଏହି ଭିଡିଓ କ୍ୟାମ୍ପେନ ଜରିଆରେ ଆଦାନୀ ଗ୍ରୁପର ସନ୍ଦେଶ ଯେ, ପରିବେଶରୁ କମ୍ପାନୀ ବିଜୁଳି ଉତ୍ପାଦନ କରିବା ସହ ଲୋକମାନଙ୍କ ଜୀବନରେ ଖୁସି ବାଣ୍ଟିଥାଏ ।
ଏହି କ୍ୟାମ୍ପେନକୁ ନେଇ ଆଦାନୀ ଏଣ୍ଟରପ୍ରାଇଜର୍ସର ନିର୍ଦ୍ଦେଶକ ପ୍ରଣବ ଆଦାନୀ କହିଛନ୍ତି, ଏହା ବାସ୍ତବରେ ଆଦାନୀ ଗ୍ରୁପର ମୁଖ୍ୟ ଉଦ୍ଦେଶ୍ୟକୁ ଦର୍ଶାଉଛି । ଏହା ଯଥାର୍ଥ ପରିବର୍ତ୍ତନର ପ୍ରରଣା ଭାବେ ଭିତ୍ତିଭୂମିର ବ୍ୟବହାର କରିବା ଲାଗି ଆଦାନୀ ଗ୍ରୁପର ଅତୁଟ ପ୍ରତିବଦ୍ଧତାକୁ ଦର୍ଶାଉଛି । ଆଦାନୀ ଗ୍ରୁପ ଦେଶରେ ରିନ୍ୟୁବଲ୍ ଏନର୍ଜି କ୍ଷେତ୍ରରେ ଏକ ଅଗ୍ରଣୀ କମ୍ପାନୀ ଭାବେ କାମ କରୁଛି। ଗ୍ରୁପର ରିନ୍ୟୁବଲ ଏନର୍ଜି କ୍ଷେତ୍ରରେ କାମ କରୁଥିବା କମ୍ପାନୀ ଆଦାନୀ ଗ୍ରୀନ ଏନର୍ଜି ଲିମିଟେଡ୍ ୨୦୩୦ ସୁଦ୍ଧା ୫୦ ଗିଗାୱାଟ୍ ବିଦ୍ୟୁତ ଉତ୍ପାଦନ ଲକ୍ଷ୍ୟ ରଖିଛି ।