ଘର
ଭାରତ
ବିଜୁଳି ଚୋରି କରି ଧରାପଡ଼ିଲେ ସପା ସାଂସଦ
ବିଜୁଳି ଚୋରି କରି ଧରାପଡ଼ିଲେ ସପା ସାଂସଦ
by Banajyotshna Ray
ଅର୍ଗସ ବ୍ୟୁରୋ: ବିଜୁଳି ଚୋରି କରି ଧରାପଡ଼ିଲେ ସପା ସାଂସଦ । ସମ୍ଭଲର ସମାଜବାଦୀ ପାର୍ଟି ସାଂସଦଙ୍କ ଘରୁ କଟିଲା ବିଜୁଳି ସଂଯୋଗ । ସାଂସଦ ଜିୟାଉର ରହମାନ ୱର୍କ ବେଆଇନ ଭାବେ ବିଜୁଳି ବ୍ୟବହାର ନେଇ ମାମଲା ରୁଜୁ ହୋଇଥିଲା । ଆଜି ବିଜୁଳି ବିଭାଗ ପକ୍ଷରୁ ଚଢ଼ାଉ ପରେ ଅଭିଯୋଗ ସତ୍ୟ ପ୍ରମାଣିତ ହୋଇଥିଲା । ସାଂସଦଙ୍କ ଘରେ ତିନିଟି ବିଦ୍ୟୁତ ମିଟର ଲାଗିଥିଲେ ବି ବେଆଇନ ଭାବେ ଅଧିକ ବିଜୁଳି ବ୍ୟବହାର କରୁଥିଲେ ବି କୌଣସି ବିଲ୍ ପୈଠ କରୁନଥିଲେ । ତାଙ୍କ ବିରୋଧରେ ପୁରୁଣା ମିଟର ବଦଳେଇବା ସହ ମିଟର ଟାମ୍ପରିଂ କରିବା ଅଭିଯୋଗ ଆସିଥିଲା ।
ୱର୍କଙ୍କ ଘରେ ବ୍ୟବହାର ହେଉଥିବା ଇଲେକ୍ଟ୍ରିକ୍ ଉପକରଣ ସବୁର ଲିଷ୍ଟ ଜାରି କରିଛି ବିଭାଗ । ପାଖାପାଖି ଗୋଟିଏ ବର୍ଷ ହେବ ୱର୍କଙ୍କ ବିଜୁଳି ବିଲ୍ ଶୂନ୍ୟ ଆସୁଥିବା କହିଛି ବିଭାଗ । ବର୍ତ୍ତମାନ ସାମ୍ନାକୁ ଆସିଥିବା ତାଲିକା ଅନୁସାରେ , ୱର୍କଙ୍କ ଘରେ ୧୬.୭ ହଜାର ୱାଟ ବିଜୁଳି ମାସକୁ ଖର୍ଚ୍ଚ ହେଉଥିଲା । ସମ୍ଭଲ ହିଂସା ମାମଲାରେ ମଧ୍ୟ ସାଂସଦଙ୍କ ସଂପୃକ୍ତି ଅଭିଯୋଗ ରହିଛି ।
ଅଧିକ ପଢ଼ନ୍ତୁ ଦେଶ ଖବର: