ଅର୍ଗସ ବ୍ୟୁରୋ: ଖୁବଶୀଘ୍ର ବଜାରକୁ ଆସିବ କ୍ୟାନସର ସଂଜୀବନୀ । କର୍କଟ ରୋଗ ବିରୋଧରେ ଲଢ଼େଇରେ ସମଗ୍ର ବିଶ୍ବ ପାଇଁ ନୂଆ ଆଶାର କିରଣ ସୃଷ୍ଟି ହୋଇଛି । କର୍କଟ ରୋଗ ଟିକା ବିକଶିତ କରିବାରେ ସଫଳ ହୋଇଛି ରୁଷିଆ । ୨୦୨୫ ପ୍ରାରମ୍ଭରେ ଲଞ୍ଚ ହେବା ପରେ ଜନସାଧାରଣଙ୍କୁ ମାଗଣାରେ ଟିକା ଦେବାକୁ ରୁଷିଆ ଘୋଷଣା କରିଛି । କ୍ୟାନସର ପାଇଁ ଏମଆରଏନଏ ଟିକା ବିକଶିତ କରିଛନ୍ତି ରୁଷିଆ ବୈଜ୍ଞାନିକ । ରୁଷିଆ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରେଡିଓଲୋଜି ମେଡିକାଲ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ଆଣ୍ଡ୍ରେ କାପ୍ରିନ ଏହି ଘୋଷଣା କରିଛନ୍ତି । ଏହି ଟିକା ବଜାରକୁ ଆସିବା ପରେ କର୍କଟ ଚିକିତ୍ସାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇପାରେ। ଟିକାର ପ୍ରି-କ୍ଲିନିକାଲ ପରୀକ୍ଷଣ ସଫଳ ହୋଇଛି ।