ଆମେ ସେଇ କୁକୁରର କଥା କହୁଛୁ, ଯାହା ପାଇଁ ଦିଲ୍ଲୀରୁ ପଲ୍ଲୀ ଏବେ ସବୁଠି ଚର୍ଚ୍ଚା। ଏଇ କୁକୁର ବୁଲେଇବାକୁ ନେଇ କେଇଟା ଦିନ ତଳେ ଦିଲ୍ଲୀ ରାଜନୀତି ସରଗରମ ହୋଇଥିଲା। ଆଇଏଏସ୍ ଅଧିକାରୀ ଷ୍ଟାଡିୟମରେ କୁକୁର ଧରି ବୁଲେଇବେ ବୋଲି ସନ୍ଧ୍ୟା ୭ଟା ପୂର୍ବରୁ ଖେଳାଳି ଓ କୋଚମାନଙ୍କୁ ଷ୍ଟାଡିୟମ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ଆଉ ଏଭଳି ଅଜବ ଫତୱା ଜାରି କରିଥିଲେ ଦିଲ୍ଲୀରେ ରାଜସ୍ୱ କମିଶନର ସଞ୍ଜୀବ ଖିରୱାର। ଦିଲ୍ଲୀରେ ଏକ ଷ୍ଟାଡିୟମରେ କୁକୁର ବୁଲାଇବାକୁ ନେଇ ଏମିତି ଫତୁଆକୁ ଦେଶବ୍ୟାପି ନାପସନ୍ଦ କରାଯାଇଥିଲା।
ଅଫିସରମାନଙ୍କକ କୁକୁର ବୁଲା କାର୍ଯ୍ୟକ୍ରମ ପାଇଁ ଏମିତି ଖେଳାଳିଙ୍କ ଅଭ୍ୟାସରେ କଣ୍ଟା ପକାଇବା ଅନୁଚିତ୍ ବୋଲି ଅଭିଯୋଗ କରିଥିଲେ ଜଣେ କୋଚ୍।
କଥାଟି ପ୍ରଘଟ ହେବା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ଘଟଣାରେ ଦିଲ୍ଲୀର ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ତଲବ କରିଥିଲେ। ରିପୋର୍ଟ ଆସିବା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ କଡା ନିଷ୍ପତ୍ତି ନିଆଯାଇ ଉଭୟ ଖିରଓ୍ବାର ଦମ୍ପତ୍ତିକୁ ବଦଳି କରି ଦିଆଯାଇଛି।