ଅଧିକ ପଢନ୍ତୁ ଭାରତ ଖବର
ନକ୍ସଲ ହିଂସା ପ୍ରଭାବିତ ରାଜ୍ୟ ସମେତ ପଶ୍ଚିମବଙ୍ଗ ଏବଂ ଜାମ୍ମୁ ଓ କାଶ୍ମୀରରେ ଏହି ସପ୍ତାହ ଶେଷ ସୁଦ୍ଧା ଫୋର୍ସ ମୁତୟନ ହେବେ । ସେହିପରି ଆସନ୍ତା ୭ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ଫୋର୍ସ ମୁତୟନ କରାଯିବ । ଅବାଧ ଓ ମୁକ୍ତ ନିର୍ବାଚନ ପାଇଁ ୩ ଲକ୍ଷ ୪୦ ହଜାର ଫୋର୍ସ ମୁତୟନ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ନିର୍ବାଚନ କମିଶନଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା । ସଂପୃକ୍ତ ସ୍ଥାନ ବାବଦରେ ତଥ୍ୟ ହାସଲ ସହ ଆଗୁଆ ପ୍ରସ୍ତୁତ ହେବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ନିର୍ବାଚନକୁ ଶାନ୍ତି ଶୃଙ୍ଖଳାରେ କରିବାକୁ ଏଭଳି ପଦକ୍ଷେପ ନିଆଯାଇଛି ।