ବାବା ସାହେବ ଆମ୍ବେଦକର ଆଦୌ ହିଜାବ ସପକ୍ଷରେ ନ ଥିଲେ। ଏପରିକି ହିନ୍ଦୁ ଧର୍ମରେ ପ୍ରଚଳିତ ପରଦା ପ୍ରଥାକୁ ମଧ୍ୟ ବାବା ସାହେବ ବିରୋଧ କରୁଥିଲେ ବୋଲି ଇତିହାସ କୁହେ। ସେ ମୂଳରୁ ହିଜାବକୁ ବିରୋଧ କରୁଥିଲେ ଏବଂ କହୁଥିଲେ, ଏହା ଏକ ପ୍ରକାର ଦାସତ୍ୱର ପ୍ରତୀକ।
ଆମ୍ବେଦକରଙ୍କ ଭାଷାରେ ମୁସଲିମ ମହିଳାମାଙ୍କ ଉନ୍ନତୀ ପାଇଁ ଏହା ଏକ କ୍ଷତିକାରକ ଆଚରଣ। ପ୍ରାକ୍-ସ୍ୱାଧୀନ ଭାରତ ବର୍ଷରେ ୧୯୪୦ ମସିହାରେ ସେ ଏହାକୁ ଖୋଲାଖୋଲି ବିରୋଧ କରିଥିବାର ଲିଖିତ ଦସ୍ତାବିଜ୍ ଏବେ ମଧ୍ୟ ସାଇତା ହୋଇ ରହିଛି। କିନ୍ତୁ ବର୍ତ୍ତମାନର ଉଦାରବାଦୀମାନେ, ଧାର୍ମିକ ସ୍ୱାଧୀନତା ନାମରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରର ପ୍ରତୀକକୁ ବିରୋଧ ନ କରି ବରଂ ତାର ସମର୍ଥନରେ ବାହାରିବା ଅତ୍ୟନ୍ତ ହାସ୍ୟାସ୍ପଦ।
୧୯୪୫ରେ ବାବା ସେହବଙ୍କ ରଚିତ ‘Pakistan or Partition of India’ ପୁସ୍ତକ ପ୍ରକାଶ ପାଏ। ଯେଉଁଥିରେ ବୁର୍ଖା ବା ପରଦା ପ୍ରଥା ସମ୍ପର୍କରେ ବିଷଦ ବର୍ଣ୍ଣନା ମିଳେ। ଏପରିକି ମୁସଲମାନ ମହିଳାମାନେ ଅନ୍ୟ ମହିଳାମାନଙ୍କଠାରୁ ପଛରେ ରହିବାର କାରଣ ବିଷୟରେ ମଧ୍ୟ ଲେଖନ୍ତି ବାବା ସାହେବ। ଏହି ବର୍ବର ପ୍ରଥା ଯୋଗୁ ମୁସଲିମ ମହିଳାମାନେ ପଛରେ ଅଛନ୍ତି ବୋଲି ସେ ଏଥିରେ ଲେଖିଛନ୍ତି।
କାରଣ ଏହି ବୁର୍ଖା ଆଉ ହିଜାବ କାରଣରୁ ଏହି ସମ୍ପ୍ରଦାୟର ମହିଳାମାନେ କୌଣସି ବାହାର କାର୍ଯ୍ୟକ୍ରମରେ ଯୋଗ ଦେଇ ପାରୁନାହାନ୍ତି। ଏହା ଏକ ପ୍ରକାର ଦାସତ୍ୱ ପରମ୍ପରା ଏବଂ ଏହା ମହିଳାମାନପଙ୍କ ମନରେ ହିନମନ୍ୟତା ସୃଷ୍ଟି କରୁଛି ବୋଲି କହିଛନ୍ତି।
ହିନ୍ଦୁ ଧର୍ମରେ ପରଦା ପ୍ରଥା କଥା ଉଲ୍ଲେଖ କରି ଆମ ସମ୍ବିଧାନର ଜନକ ଲେଖିଛନ୍ତି, ହିନ୍ଦୁମାନଙ୍କ ଭିତରେ ମଧ୍ୟ ଏଭଳି ପ୍ରଥା ପ୍ରଚଳିତ ଥିଲା। କିନ୍ତୁ ସୌଭାଗ୍ୟ, ସେମାନେ ନିଜ ତ୍ରୁଟି ବୁଝିପାରି ଏହାକୁ ସୁଧାରିଛନ୍ତି। କିନ୍ତୁ ଦୁଃଖର କଥା ମୁସଲିମମାନେ ଏବେ ମଧ୍ୟ ବୁଝିପାରୁ ନାହାନ୍ତି ଯେ, ତାଙ୍କ ଭିତରେ କିଛି ମନ୍ଦ ପ୍ରଥା ଆଜି ବି ପ୍ରଚଳିତ ରହିଛି।