ଘର
ଭାରତ
'କୌଣସି ଦ୍ୱନ୍ଦ୍ୱ ନାହିଁ, ଏଥର ଓଡ଼ିଶାରେ ବିଜେଡି ସହ ସାମ୍ନାସାମ୍ନି ଲଢ଼େଇ'
'କୌଣସି ଦ୍ୱନ୍ଦ୍ୱ ନାହିଁ, ଏଥର ଓଡ଼ିଶାରେ ବିଜେଡି ସହ ସାମ୍ନାସାମ୍ନି ଲଢ଼େଇ'
by Smruti Parija
ଅର୍ଗସ ବ୍ୟୁରୋ: ଏଥର ଓଡ଼ିଶାରେ ନବୀନଙ୍କ ସହ ହେବ ସାମ୍ନାସାମ୍ନି ଲଢ଼େଇ । ମୋଦିଙ୍କ ନେତୃତ୍ବରେ ଓଡ଼ିଶାର ବିକାଶ ପାଇଁ ଦାୟିତ୍ବ ଦେବାକୁ ଓଡ଼ିଶାବାସୀଙ୍କୁ ଅମିତ ଶାହ କଲେ ଅନୁରୋଧ । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ କହିଛନ୍ତି କୌଣସି ଦ୍ୱନ୍ଦ୍ୱ ନାହିଁ, ଏଥର ଓଡ଼ିଶାରେ ବିଜେଡି ସହ ସାମ୍ନାସାମ୍ନି ଲଢ଼େଇ ହେଉଛି ।
'ଓଡ଼ିଆ ଭାଷା, ସଂସ୍କୃତି ଓ ରାଜ୍ୟର ଗର୍ବ ପାଇଁ ନିର୍ବାଚନ ଲଢ଼ିବାକୁ ବିଜେପି ସ୍ଥିର କରିଛି। ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମତ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି। ଏବଂ ନିଷ୍ପତ୍ତି ଆଧାରରେ ପଦକ୍ଷେପ ନେଇଥିବା କହିଛନ୍ତି ଅମିତ୍ ଶାହ । ଆହୁରି ମଧ୍ୟ ମୋଦିଙ୍କ ନେତୃତ୍ବରେ ଓଡ଼ିଶାର ବିକାଶ ପାଇଁ ଦାୟିତ୍ବ ଦେବାକୁ ଓଡ଼ିଶାବାସୀଙ୍କୁ ସେ ଅନୁରୋଧ କରିଛନ୍ତି । ମୋଦି ଯେଉଁଠି ବିଜୟୀ ହୋଇଛନ୍ତି ସେଠି ବିକାଶ ଦ୍ରୁତ ଗତିରେ ହୋଇଛି। ଏଣୁ ଓଡ଼ିଶାରେ ବି ବିକାଶ ଦ୍ରୁତ ଗତିରେ ହେବ ବୋଲି ଦୃଢ଼ୋକ୍ତି କରିଛନ୍ତି ଅମିତ୍ ଶାହ।
ଆହୁରି ପଢନ୍ତୁ ଭାରତ ଖବର...