ଆପଲ ପାଇଁ ଭାରତ କେବଳ ଏକ ବଡ଼ ବଜାର ଭାବେ ରୂପାନ୍ତରିତ ହେବାକୁ ଯାଉନାହିଁ। ବରଂ ସେଠାରେ ଉତ୍ପାଦନ ଲାଗି ଏକ ଦୃଢ଼ ଭିତ୍ତିଭୂମିରେ ସ୍ଥାପନ କରାଯାଇପାରିବ ବୋଲି ସେ କହିଛନ୍ତି। ମାର୍ଚ୍ଚରେ ଶେଷ ହେବାକୁ ଥିବା ବର୍ଷ ପାଇଁ ଭାରତରେ ଟେକ ଜଏଣ୍ଟର ବିକ୍ରି ପ୍ରାୟ ୬ ବିଲିୟନ ଡଲାରର ଏକ ନୂତନ ରେକର୍ଡରେ ପହଞ୍ଚିଛି ଯାହା ଆପଲ ପାଇଁ ଭାରତୀୟ ବଜାରରେ ଭଲ ରେସପନ୍ସ କରୁଥିବା ଦର୍ଶାଉଛି। ଆନାଲିଷ୍ଟଙ୍କ ସହ କଥାବାର୍ତ୍ତା ବେଳେ କୁକ୍ କହିଛନ୍ତି ମଧ୍ୟବିତ୍ତ ଶ୍ରେଣୀରୁ ବହୁତ ଲୋକ ଏହାକୁ ପଜିଟିଭ ରେସପନ୍ସ ଦେଉଛନ୍ତି ଏବଂ ମୁଁ ପ୍ରକୃତରେ ଅନୁଭବ କରିପାରୁଛି ଯେ, ଭାରତ ଏକ ଟପିଂ ସ୍ଥିତିରେ ଅଛି।
ଉଲ୍ଲେଖଯୋଗ୍ୟ , କମ୍ପାନୀ ନିକଟରେ ମୁମ୍ବାଇ ଏବଂ ଦିଲ୍ଲୀରେ ଏହାର ଏକ୍ସକ୍ଲୁସିଭ ଷ୍ଟୋର ଶୁଭାରମ୍ଭ କରିଛି। ତେବେ ଚୀନଠାରୁ ନିଜର ଫୋକସ ହଟାଇ କମ୍ପାନୀ ଏବେ ଭାରତ ବଜାରକୁ ଗୁରୁତ୍ବ ଦେବା ଆରମ୍ଭ କରିଛି। ଯାହା ଭାରତ ପାଇଁ ଅତ୍ୟନ୍ତ ଶୁଭ ଖବର।
ଅଧିକ ପଢ଼ନ୍ତୁ ବାଣିଜ୍ୟ ଖବର