କୌଣସି ଅଭିଯୋଗ ନକରିବାକୁ ସଭାରେ ଘୋଷଣା କରିବା ସହ ଏଥିରେ ଆୟୋଜକଙ୍କ କୌଣସି ଭୁଲ ନଥିବା ମଧ୍ୟ କହିଛନ୍ତି। ଦ୍ବିତୀୟ ଦିନରେ ବଜିନ୍ଦର ଷ୍ଟେଜ ଉପରକୁ ନଆସିବାରୁ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ମହିଳା ଆୟୋଜକ ଷ୍ଟେଜ ଉପରେ ଏଭଳି ଘୋଷଣା କରିଛନ୍ତି। ଯାହାର ଭିଡିଓ ଅର୍ଗସ ହାତରେ ଲାଗିଛି । ବଳାଙ୍ଗୀରରେ ଷ୍ଟେଜ୍ ଶୋ କରିବା ପୂର୍ବରୁ ଠକ ବଜିନ୍ଦର ସମ୍ବନ୍ଧରେ ପ୍ରଥମେ ଖବର ପ୍ରସାରଣ କରିଥିଲା ଅର୍ଗସ।
ଭଣ୍ଡ ପାଦ୍ରି ବଜିନ୍ଦରର କଳାକାରନାମା । ମୃତ ଶିଶୁକୁ ଜୀବିତ କରିଦେବାର ମିଛ ଡ୍ରାମା କରିଥିଲେ । ଦୁଷ୍କର୍ମ ଅଭିଯୁକ୍ତ ବଜିନ୍ଦର ନିଜ ଲୋକକୁ ଲଗାଇ କରୁଛନ୍ତି ପ୍ରାୟୋଜିତ ନାଟକ । ବଲାଙ୍ଗିରରେ ପୋଲିସ ଉପସ୍ଥିତିରେ ଅନ୍ଧବିଶ୍ବାସର ଜୋରଦାର ପ୍ରଚାର ଚାଲିଥିବାର ମଧ୍ୟ ହୋଇଥିଲା ଅଭିଯୋଗ ।
ଏହାପରେ ଡିଜିପିଙ୍କୁ ଏତଲା ଦେଇଥିଲେ ହିନ୍ଦୁସେନା। ତେବେ ଦୁଷ୍କର୍ମ ଅଭିଯୁକ୍ତ ବଜିନ୍ଦର ନିଜ ଲୋକଙ୍କୁ ଲଗାଇ କରୁଥିଲେ ପ୍ରାୟୋଜିତ ନାଟକ ସମସ୍ତଙ୍କ ଆଖିରେ ଧୂଳି ଦେଇ କିଭଳି ମୃତ ଶିଶୁକୁ ଜୀବିତ କରିବାର ଡ୍ରାମା କରିଥିଲେ । ଏଭଳି ମିଛ ଡ୍ରାମା କରି ଧର୍ମାନ୍ତରୀକରଣର ବଡ଼ ଅଭିଯୋଗ ପାଦ୍ରୀ ବଜିନ୍ଦର ସିଂହ ନାଁରେ ଆସିଥିଲା।
ଏସବୁ ବିଭିନ୍ନ ସଂଗଠନଙ୍କ ଏତଲା ପରେ ବି ବଲାଙ୍ଗିରରେ ହଜାର ହଜାର ଲୋକଙ୍କ ଭିତରେ ସଭା କଲେ ପାଦ୍ରୀ ବଜିନ୍ଦର । ପ୍ରାୟୋଜିତ ଯାତ୍ରା କରାଇଲେ। କହିଲେ ଚମତକାର ହେବ, ଏଚଆଇଭି ରୋଗୀ ଭଲ ହୋଇଯିବେ। ଆଜି ବି ଭଣ୍ଡ ବଜିନ୍ଦରଙ୍କ କାର୍ଯ୍ୟକ୍ରମ ଆୟୋଜନ ହେଉଛି।
କାର୍ଯ୍ୟକ୍ରମକୁ ବନ୍ଦ କରିବା ପାଇଁ ଗତକାଲି ଏସସି-ଏସଟି ଫୋରମ୍ ଓ ବଜରଙ୍ଗ ଦଳ ବଲାଙ୍ଗିର ପୋଲିସ ପାଖରେ ଅଭିଯୋଗ କରିଥିଲେ । ଆଜି ପାଦ୍ରି ବଜିନ୍ଦ୍ର ସିଂ ଓ ରାକ୍ଷୀ ସାଓ୍ବନ୍ତଙ୍କ ବିରୋଧରେ କଟକରେ ଡିଜିପିଙ୍କୁ ଏତଲା ଦେଇଛନ୍ତି ହିନ୍ଦୁ ସେନା । ଉଭୟଙ୍କୁ ଗିରଫ ସହ ବଲାଙ୍ଗିରରେ ହେଉଥିବା କାର୍ଯ୍ୟକ୍ରମ ବନ୍ଦ କରିବାକୁ ଦାବି କରିଛି ହିନ୍ଦୁ ସେନା। ରୋଗ ଭଲ କରିବାର ପ୍ରତିଶ୍ରୁତି ଦେଇ ଧର୍ମାନ୍ତୀକରଣ କରାଉଛନ୍ତି । ବଜିନ୍ଦ୍ର ସିଂ ଜଣେ ଠକ ଯାଦୁଗର ବୋଲି ଅଭିଯୋଗ କରିଛନ୍ତି ବଜିନ୍ଦର ସିଂହ।
ଭଣ୍ଡ ବଜିନ୍ଦରଙ୍କ ନାଁରେ ରହିଛି ରେପ୍ର ସଂଗୀନ ଅଭିଯୋଗ। 2017ରେ ବିଦେଶ ନେଇଯିବା ନାଁରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ କରିଥିଲେ। ନୂଆଦିଲ୍ଲୀ ଏୟାରପୋର୍ଟରୁ ଗିରଫ ହୋଇଥିଲେ ବଜିନ୍ଦର। ସେହିଭଳି ଅନ୍ଧ ବିଶ୍ୱାସକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ଆସିଥିଲା ବଜିନ୍ଦରଙ୍କ ନାଁରେ। ନାବାଳକ ପିଲାକୁ ଏଥି ପାଇଁ ବ୍ୟବହାର କରିଥିଲେ । ମେରା ୟଶୁ ମେରା ୟଶୁ ର ଭାଇରାଲ ମିମ ଉପରେ ଏନସିପିସିଆର କାର୍ଯ୍ୟାନୁଷ୍ଠାନ । ବଜିନ୍ଦରଙ୍କୁ ରିପୋର୍ଟ ଦେବାକୁ ଦେଇଥିଲେ ନିର୍ଦ୍ଦେଶ।