ଏହି କ୍ରମରେ କଳାହାଣ୍ଡି ଜିଲ୍ଲାରେ କେତେ ସଫଳତାର ସହ କେନ୍ଦ୍ର ଜନକଲ୍ୟାଣ ପ୍ରକଳ୍ପ ଗୁଡିକୁ କାର୍ଯ୍ୟକାରୀ କରାଯାଉଛି ସେନେଇ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା କେନ୍ଦ୍ରମନ୍ତ୍ରୀ ଶ୍ରୀ ମୁଣ୍ଡା ଜିଲ୍ଲାରେ ବିଭିନ୍ନ ଜନକଲ୍ୟାଣ ଯୋଜନା ଏବଂ କାର୍ଯ୍ୟକ୍ରମର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବେ।
ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ଅର୍ଜୁନ ମୁଣ୍ଡା

ଭବାନୀପାଟଣା: ଆଜି ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ଆସୁଛନ୍ତି କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଅର୍ଜୁନ ମୁଣ୍ଡା। ରବିବାର ପୂର୍ବାହ୍ନ ୧୧ଟାରେ ଉତ୍କେଲା ଏୟାର ଷ୍ଟ୍ରିପ୍ ରେ ଓହ୍ଲାଇ କେସିଙ୍ଗା ବ୍ଳକର ବିଭିନ୍ନ ପ୍ରକଳ୍ପର କ୍ଷେତ୍ର ପରିଦର୍ଶନ କରବେ। ଏବଂ ଦ୍ୱିପ୍ରହରରେ ଭବାନୀପାଟଣା ପହଞ୍ଚିବେ। ଏଠାରେ ଅପରାହ୍ନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ପରେ ରାତ୍ରୀ ଯାପନ ଓ ସୋମବାରରେ ପ୍ରଶାସନ ସହ ସମୀକ୍ଷା ବୈଠକ ଏବଂ ଅନ୍ୟାନ୍ୟ ବ୍ଲକର କ୍ଷେତ୍ର ପ୍ରଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି।
Download Argus News App
