ଆଜିର ଏହି ଉଦଘାଟନ ଉତ୍ସବରେ ପିଏମ ମୋଦି କହିଛନ୍ତି, ଆଗକୁ ଅନେକ ପର୍ବ ଅଛି, କିନ୍ତୁ ଏହି ଅବସରରେ ସାବଧାନତା ଅବଲମ୍ବନ କରିବା ଉଚିତ । ଏହାସହ ଗରିବଙ୍କୁ ଶସ୍ୟ ମିଳିବା ସୁନିଶ୍ଚିତ କରିବା ଜରୁରୀ । ଯେଉଁ ପର୍ଯ୍ୟନ୍ତ କରୋନା ଟିକା ମିଳିନି, ସେ ପର୍ଯ୍ୟନ୍ତ ଫେସ୍ ମାସ୍କ, ସାମାଜିକ ଦୂରତା ମାଧ୍ୟମରେ କରୋନା ପାଖରୁ ବଞ୍ଚିକି ରହିବାକୁ ପଡ଼ିବ ।
ବର୍ତ୍ତମାନ ସମୟରେ କରୋନା ଟେଷ୍ଟିଂ ବଢ଼ିଛି ତେଣୁ କରୋନା ଆକ୍ରାନ୍ତ ସଂଖ୍ୟାରେ ବୃଦ୍ଧି ଘଟିଛି । ପ୍ରଧାନମନ୍ତ୍ରୀ ରିବିବାର ମଧ୍ୟ କହିଥିଲେ କରୋନା ଡର ଏଯାଏଁ ଯାଇନି । କରୋନା ଏବେ ବି ଭୟଙ୍କର ଯେମିତି ପୂର୍ବରୁ ଥିଲା । ଏହାସହ କରୋନା ଟେଷ୍ଟିଂ ଲ୍ୟାବ ପ୍ରତିଷ୍ଠା ହୋଇଥିବାରୁ ଅଧିକରୁ ଅଧିକ ଟେଷ୍ଟିଂ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।