ତେବେ କରୋନାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଯୁକ୍ତରାଷ୍ଟ୍ର ଆମେରିକା। ଏଠାରେ ସଂକ୍ରମିତଙ୍କ ସଂଖ୍ୟା 5,360,302ରେ ପହଞ୍ଚିଲାଣି। ସେହିପରି ମୃତକଙ୍କ ସଂଖ୍ୟା 169,131କୁ ବୃଦ୍ଧି ହୋଇଥିବା ବେଳେ 2,812,603 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାପରେ ଦ୍ଵିତୀୟ ସ୍ଥାନରେ ରହିଛି ବ୍ରାଜିଲ। ଏଠାରେ 3,170,474 ସଂକ୍ରମିତ ହୋଇଥିବା ବେଳେ 104,263 ଜଣଙ୍କ ମୁଣ୍ଡ ନେଇଛି କରୋନା।
ସେହିପରି ତୃତୀୟ ସ୍ଥାନରେ ରହିଛି ଭାରତ। ଏଠାରେ ସଂକ୍ରମିତଙ୍କ ସଂଖ୍ୟା 2,395,471 ଥିବା ବେଳେ 47,138 ଜଣଙ୍କ ମୁଣ୍ଡ ନେଇଛି କରୋନା। ତେବେ ଦେଶରେ ସୁସ୍ଥ ହାର ସର୍ବାଧିକ ରହିଛି। ଏହି ମହାମାରୀରୁ 1,695,860 ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି।