AGR (ଆଡଜଷ୍ଟଡ୍ ଗ୍ରୋସ୍ ରେଭିନ୍ୟୁ) ମାମଲାର ପୂର୍ବ ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଥିଲେ ଯେ ରିଲାଏନ୍ସ ଜିଓ ରିଲାଏନ୍ସ କମ୍ୟୁନିକେଶନ ଦ୍ୱାରା ପ୍ରାପ୍ତ ସ୍ପେକ୍ଟ୍ରମ ପାଇଁ କାହିଁକି ବକେୟା AGR ଦେବେ ନାହିଁ । ଏହାକୁ ତିନି ବର୍ଷ ଧରି ଜିଓ ବ୍ୟବହାର କରି ଆସୁଛି। ଏକ ଚୁକ୍ତିନାମା ଅନୁଯାୟୀ, ରିଲାଏନ୍ସ ଜିଓ ରିଲାଏନ୍ସ କମ୍ୟୁନିକେସନ୍ସ (RCom) ର ସ୍ପେକ୍ଟ୍ରମ ବ୍ୟବହାର କରୁଛନ୍ତି ।
ଜଷ୍ଟିସ ଅରୁଣ ମିଶ୍ରଙ୍କ ତିନିଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି କେନ୍ଦ୍ର ସରକାରଙ୍କ ଟେଲିକମ୍ ବିଭାଗ ଏହାର ସ୍ପଷ୍ଟତା ରଖିବକୁ କହିଛନ୍ତି। 2016 ରେ, ଜିଓ ଏକ ଚୁକ୍ତି ମାଧ୍ୟମରେ ନିଷ୍ପତ୍ତି ନେଇଥିଲା ଯେ ଏହା ଏହାର 4G ସେବା ପାଇଁ RCom ସ୍ପେକ୍ଟ୍ରମର 17 ଟି ସର୍କଲ୍ ବ୍ୟବହାର କରିବ । ଟେଲିକମ ବିଭାଗ ଅନୁଯାୟୀ, RCom ଉପରେ ପ୍ରାୟ 25,194 କୋଟି ଟଙ୍କାର ବକେୟା ରହିଛି। ଜିଓ RCom ର ଉତ୍ସ ଯଥା ସ୍ପେକ୍ଟ୍ରମ୍ ବ୍ୟବହାର କରୁଛି, ତେଣୁ ଏହା AGR ର ବକେୟା ଅର୍ଥ ଦେବା ଉଚିତ୍ ବୋଲି କୋର୍ଟ କହିଛନ୍ତି।
ତେବେ ଏହି ମାମଲାରେ କୋର୍ଟର ନିଷ୍ପତ୍ତି ଯାହା ବି ହେବ ସରକାର ଗ୍ରହଣ କରିବେ ବୋଲି ପୂର୍ବରୁ ବିଭାଗ କହି ସାରିଛି। ଅନ୍ୟପକ୍ଷରେ, ଜିଓ ନିୟମ ଅନୁଯାୟୀ ସ୍ପେକ୍ଟ୍ରମ୍ ବ୍ୟବହାର ପାଇଁ ପୂର୍ବରୁ SUC ଚାର୍ଜ ଦେଉଛି ବୋଲି କହିଛନ୍ତି।