ଜାମ୍ମୁ କାଶ୍ମୀର: ଉତ୍ତର କାଶ୍ମୀରରେ ମଙ୍ଗଳବାର ଦିନ ଏଲଓସିରେ ଭିନ୍ନ ଭିନ୍ନ ସ୍ଥାନରେ ବରଫ ଅତଡା ଖସିଛି । ଏହି ଦୁଇଟି ଘଟଣାରେ ତିନି ଯବାନ ଶହିଦ ହୋଇଛନ୍ତି । ଏହି ଘଟଣାରେ 4 ଯବାନଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେହିପରି ବାନ୍ଦିପୋରା ଜିଲ୍ଲାର ଗୁରେଜ ସେକ୍ଟରର ବଖ୍ତୁର ଅଞ୍ଚଳରେ ବରଫ ବାତ୍ୟାରେ ଜଣେ ଯବାନ ଶହିଦ ହୋଇଛନ୍ତି । ଏହି ଖବର ସୈନ୍ୟ ସୁତ୍ର ମିଳିଛି ।
ଅର୍ଗସ ବ୍ୟୁରୋ : ପଲସର୍ ବାଇକରେ ପିଟିହୋଇ ଚାଲିଗଲା ମହିଳାଙ୍କ ଜୀବନ । ସିସିଟିଭିରେ କଏଦ୍ ହେଲା ଘଟଣା ବେଳର ଦୃଶ୍ୟ । କେନ୍ଦୁଝର ଜିଲ୍ଲା ଯୋଡ଼ାରୁ ଆସିଛି ଏହି ଅଭାବନୀୟ ଦୃଶ୍ୟ । ଗତକାଲି ଅପରାହ୍ନରେ ମହିଳା ଜଣକ ରାସ୍ତା ପାର୍ ହେବାକୁ ଚେଷ୍ଟା କରୁଥିଲାବେଳେ, ସ୍ପିଡରେ ଆସୁଥିବା ଏକ ପଲସର୍ ବାଇକ୍ ମହିଳାଙ୍କୁ ଯୋରଦାର ଟକ୍କର ଦେଇ ଘଟଣା ସ୍ଥଳରୁ ଖସି ପଳାଇଥିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଫଳରେ ମହିଳା ଜଣକ ରାସ୍ତା ଆରପଟକୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ । ତୁରନ୍ତ ତାଙ୍କୁ ଉଦ୍ଧାର କରି ମେଡିକାଲକୁ ନିଆଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତକ ହେଉଛନ୍ତି ଯୋଡ଼ା, ଶାସ୍ତ୍ରୀ ନଗର ଅଞ୍ଚଳର ୪୫ ବର୍ଷୀୟା ସୁବାସିନୀ ଦାସ ।
ଅର୍ଗସ ବ୍ୟୁରୋ : ଆସନ୍ତା ଅକ୍ଟୋବର ୨୦ରୁ ଆରମ୍ଭ ହେବାକୁ ଯାଉଛି ଦୁର୍ଗା ପୂଜା । ଏଥିପାଇଁ ଏବେଠାରୁ ସିଲଭର ସିଟିରେ ଆରମ୍ଭ ହୋଇଛି ପ୍ରସ୍ତୁତି, ଚଳଚଞ୍ଚଳ ହୋଇଛି ପୂଜା ମଣ୍ଡପ । ମୂର୍ତ୍ତିକୁ ଆକର୍ଷଣୀୟ କରିବା ପାଇଁ ପୂଜା ମଣ୍ଡପରେ ଚାନ୍ଦି ମେଢର ସଫେଇ କାର୍ଯ୍ୟ ଜାରି ରହିଛି । ସେପଟେ ମାଟି ଉଠା ପରେ ଆଜିଠାରୁ ଆରମ୍ଭ ହୋଇଛି ମୂର୍ତ୍ତି ନିର୍ମାଣ କାର୍ଯ୍ୟ । ଚାନ୍ଦିନୀ ଚୌକ ପୂଜା କମିଟି ଆଜିଠାରୁ ନଡା ବନ୍ଧା କାର୍ଯ୍ୟ ଆରମ୍ଭ କରିଛି । ଆସନ୍ତାକାଲି ମୂର୍ତ୍ତିରେ ଏକ ମାଟିଆ ପରେ ଦୋ ମାଟିଆ ଏବଂ ଖଡିଲଗା ଅମାବାସ୍ୟାରେ ଖଡ଼ିଲାଗି କରାଯିବ ବୋଲି କହିଛନ୍ତି ମୂର୍ତ୍ତି କାରିଗର ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସେହିଭଳି ସହରର ଅନ୍ୟତମ ପ୍ରବେଶ ପଥ ଖାନନଗର ଖପୁରିଆ ଶିଳ୍ପାଞ୍ଚଳ ପୂଜା କମିଟି ପକ୍ଷରୁ ଚାଲିଛି ଜୋରସୋରରେ ପ୍ରସ୍ତୁତି ଚାନ୍ଦି ସଫା କାର୍ଯ୍ୟ । ଦୀର୍ଘ ୨୦ବର୍ଷ ଧରି ଆଧ୍ୟାତ୍ମିକ ବାତାବରଣକୁ ନେଇ ଏହି ମଣ୍ଡପ ତୋରଣ ତିଆରି କରି ଆସୁଥିବା ବେଳେ ଚଳିତ ବର୍ଷ ପୂଜାରେ ମୁଖ୍ୟ ଆକର୍ଷଣ ପଲଟିବ ମଦୁରାଇ ମିନାକ୍ଷୀ ମନ୍ଦିରର ପ୍ରତିକାତ୍ମକ ତୋରଣ । ଚଳିତ ବର୍ଷ ସିଲଭର ସିଟିରେ ଆଉ ଦୁଇଟି ପୂଜା କମିଟି ନୂତନ ଚାନ୍ଦି ମେଢ଼ ପ୍ରସ୍ତୁତ କରିଛନ୍ତି ।
ପୂର୍ବରୁ ୨୭ ଟି ଚାନ୍ଦି ମେଢରେ ମା' ପୂଜା ପାଉଥିବାବେଳେ ଏବେ ଏହି ସଂଖ୍ୟା ୨୯ରେ ପହଞ୍ଚିଛି । ଏ ବର୍ଷ ମହମ୍ମଦିଆ ବଜ଼ାର ଏବଂ କାଫଲା ବଜ଼ାର ପୂଜା କମିଟି ମଧ୍ୟ ଚାନ୍ଦି ମେଢ଼ କରୁଛନ୍ତି । ମହମ୍ମଦିଆ ପୂଜା କମିଟି ଦେଢ଼ କ୍ୱିଇଣ୍ଟାଲର ନୂତନ ଚାନ୍ଦି ମେଢ଼ ପ୍ରସ୍ତୁତ କରିଛି । ଆସନ୍ତା ୧୮ ତାରିଖ ଦିନ ଏହାର ସୁଭ ଉଦଘାଟନ ହେବ ବୋଲି କହିଛନ୍ତି ପୂଜା କମିଟି ସଦସ୍ୟ । ପୂଜାକୁ ଶୃଙ୍ଖଳାର ସହ ଶେଷ କରିବା ପାଇଁ କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ବିଭିନ୍ନ ପୂଜା କମିଟି, ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ସହ ବୈଠକ ଶେଷ ହୋଇଛି ।
ଅର୍ଗସ ବ୍ୟୁରୋ : ବାରମ୍ବାର ପ୍ରତିଶ୍ରୁତି ମିଳୁଛି କିନ୍ତୁ ପୂରଣ ହେଉନି ଦାବି । ଏବେ ପୁଣି ୨୩ ତାରିଖ ବୈଠକରକୁ ଅପେକ୍ଷା । ସନ୍ଧ୍ୟା ୫ ଟାରେ ବୈଠକ ହେବା ନେଇ ସୂଚନା ଦେଇଛନ୍ତି ନିଖିଳ ଉତ୍କଳ ପ୍ରଥମିକ ଶିକ୍ଷକ ଫେଡେରେସନର ମହାସଚିବ ଚାରୁଲତା ମହାପାତ୍ର । ପୂର୍ବରୁ ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକ ପରେ ଶିକ୍ଷକ ଭବନରେ ଷ୍ଟିୟରିଂ କମିଟି ବୈଠକରେ ମନୋମାଳିନ୍ୟ ପରେ ଦୁଇଫାଳ ହୋଇଥିଲା ସଂଗଠନ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଡ଼ାକରା ପରେ କିଛି ସଂଗଠନ ଖୁସି ବ୍ୟକ୍ତ କରିଥିବା ବେଳେ ଅନ୍ୟ ସଂଗଠନ ବୈଠକ ଉପରେ ଉଠାଇଛନ୍ତି ପ୍ରଶ୍ନ । ନିଖିଳ ଉତ୍କଲ ପ୍ରଥମିକ ଶିକ୍ଷକ ଫେଡେରସନ ୧୮ ତାରିଖରେ ସ୍ଥଗିତ ରଖିଥିଲା ଆନ୍ଦୋଳନ । କିନ୍ତୁ ଏହାକୁ ବିରୋଧ କରି ମିଳିତ ପ୍ରାଥମିକ ଶିକ୍ଷକ ସଂଘ ନିଜସ୍ୱ ବ୍ୟାନରରେ ପୁଣି ଜାରି ରଖିଛି ଆନ୍ଦୋଳନ ।
ନିଜ ବ୍ୟାନରରେ ୮ଟି ସଂଘ ଲକ୍ଷେ ଶିକ୍ଷକଙ୍କୁ ନେଇ ଆନ୍ଦୋଳନ କରୁଥିବାବେଳେ ୨୬ ତାରିଖରେ ମହା ସମାବେଶ ଘୋଷଣା କରିଛି । ସଂଘ ପ୍ରଥମରୁ ଶିକ୍ଷକଙ୍କ ଦାବି ଓ ଆନ୍ଦୋଳନ ନେଇ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଥିଲା । ବୈଠକରେ ପ୍ରତିଶ୍ରୁତି ମଧ୍ୟ ମିଳିଥିଲା । କିନ୍ତୁ ଏବେ ପୁଣିଥରେ କାହିଁକି ଡ଼ାକରା ଆସିଛି ବୋଲି ପ୍ରଶ୍ନ ଉଠାଇଛି ମିଳିତ ପ୍ରାଥମିକ ଶିକ୍ଷକ ସଂଘ ।