ଗତ ମାସରେ ଶେଷ ହୋଇଥିବା ଆଇପିଏଲ୍ରେ ନିଜ ନିଜ ଫ୍ରାଞ୍ଚାଇଜ୍ ପାଇଁ ଭଲ ଖେଳିଥିବା ଋତୁରାଜ ଗାଏକ୍ବାଡ, ଋଷଭ ପନ୍ତ୍, ଶ୍ରେୟସ ଆୟର୍, ହାର୍ଦିକ ପାଣ୍ଡ୍ୟା ବିଫଳ ହେବା ବାରବାଟୀ ଦର୍ଶକଙ୍କୁ ନିରାଶ କରିଥିଲା। ଏଥି ସହିତ ରୋହିତ ଶର୍ମା, ବିରାଟ କୋହଲି, କେଏଲ୍ ରାହୁଲ, ଶିଖର ଧାୱନଙ୍କ ବିନା ଭାରତୀୟ ଶୀର୍ଷକ୍ରମ ବ୍ୟାଟିଂ ବି ଦିଶାହୀନ ବୋଲି ପ୍ରମାଣିତ ହୋଇଛି ।
ବାରବାଟୀ T-20 ଜିତିଲା ଦକ୍ଷିଣ ଆଫ୍ରିକା

କଟକ: ବାରବାଟୀ T-20 ଜିତିଲା ଦକ୍ଷିଣ ଆଫ୍ରିକା । ପ୍ରୋଟିଆଜ୍ ଟିମ ଆଗରେ ୧୪୯ ରନ୍ର ଟାର୍ଗେଟ୍ ରଖିଥିଲା ଭାରତ। କ୍ଲାସେନଙ୍କ ବିସ୍ଫୋରକ ୮୧ ରନ ବଳରେ ଦ.ଆଫ୍ରିକା ଜିତିପାରିଛି। ତେବେ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜ୍ରେ ଦ.ଆଫ୍ରିକା ୨-୦ରେ ଆଗୁଆ ରହିଛି। ଦଳ ଇଷାନ କିଷାନ, ଶ୍ରେୟାସ ଆୟର ଓ କାର୍ତ୍ତିକଙ୍କର ଉପଯୋଗୀ ରନ ବଳରେ ୨୦ ଓଭରରେ ୧୪୮ ରନ୍ କରିଥିଲେ । ଆଉ ଦକ୍ଷିଣ ଆଫ୍ରିକା ପାଇଁ ୨୦ ଓଭରରେ ବିଜୟ ଲକ୍ଷ୍ୟ ରହିଥିଲା ୧୪୯ । ଅତି ସହଜରେ ଲକ୍ଷ୍ୟ ହାସଲ କରିନେଇଥିଲା ଟିମ୍ ।
ବଢୁଛି ଡେଙ୍ଗୁ ସଂକ୍ରମଣ ଭୟ

ଭୁବନେଶ୍ୱର: ଡେଙ୍ଗୁ ନେଇ ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି । ଏହି ସମୟରେ ଡେଙ୍ଗୁ ବଢେ, ଏବେ ମଧ୍ୟ କିଛିଟା ବଢୁଛି । ତେଣୁ ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛୁ ବୋଲି ସେ କହିଛନ୍ତି । ମୌସୁମୀ ବର୍ଷା ଆରମ୍ଭ ହୋଇଥିବା ବେଳେ ରାଜଧାନୀବାସୀଙ୍କୁ ଘାରିଛି ଡେଙ୍ଗ
Download Argus News App
