ଏହି ବଢୁଥିବା ଉତ୍ତାପ ପୃଥିବୀ ଉପରେ ବହୁତ ସାଙ୍ଘାତିକ ପ୍ରଭାବ ପକାଇପାରେ ବୋଲି ୟୁନିସେଫ ଚେତାବନୀ ଦେଇଛି। ଆଉ ଏହାର ସବୁଠାରୁ ଅଧିକ ପ୍ରଭାବ ପିଲାମାନଙ୍କ ସ୍ବାସ୍ଥ୍ୟ ଉପରେ ଦେଖାଯାଉଛି । କେବଳ ଏତିକି ନୁହେଁ ୨୦୨୪ ବର୍ଷଟି ସବୁଠାରୁ ଉତ୍ତପ୍ତ ବର୍ଷ ହେବ ବୋଲି ବିଶେଷଜ୍ଞ ମାନେ ପୂର୍ବାନୁମାନ କରିଛନ୍ତି । ତେବେ ଭାରତ ପାଇଁ ଏବେ ଏହା ଚିନ୍ତାର ବିଷୟ ପାଲଟିଯାଇଛି | କାରଣ ଦିନକୁ ଦିନ ଭାରତରେ ତାପମାତ୍ରାର ସ୍ତର ବୃଦ୍ଧି ପାଇବାକୁ ଲାଗୁଛି। ଉତ୍ତାପ ହେତୁ ସ୍ୱାସ୍ଥ୍ୟ ଉପରେ ହେଉଥିବା କୁପ୍ରଭାବକୁ କେଉଁଭଳି ନିୟନ୍ତ୍ରଣ କରାଯାଇପାରିବ ସେନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବିଶେଷଜ୍ଞଙ୍କ ସହ ଏକ ବୈଠକ କରି ରଣନୀତି ସ୍ଥିର କରିଛନ୍ତି।
ସମୟ ସହ ବଢୁଥିବା ଉତ୍ତାପ ଏବଂ ଶରୀର ଉପରେ ଏହାର ପ୍ରଭାବକୁ ରୋକିବା ପାଇଁ ଶରୀରକୁ ହାଇଡ୍ରେଟ ରଖିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ଡାକ୍ତର ମାନେ କହିଛନ୍ତି | ଶରୀରର ତାପମାତ୍ରା ଯେପରି ବୃଦ୍ଧି ନହେଉ ସେଥିପ୍ରତି ସଚେତନ ରହିବା ଉଚିତ୍ । ଛୋଟଛୁଆଙ୍କୁ ଯେତେ ସମ୍ଭବ ଖରାଠାରୁ ଦୂରେଇ ରଖନ୍ତୁ। ଏହା ବ୍ୟତୀତ, ଯେଉଁମାନଙ୍କର ମଧୁମେହ, କିଡନୀ-ଯକୃତ କିମ୍ବା ରକ୍ତଚାପ ଜନିତ ସମସ୍ୟା ରହିଛି, ସେମାନେ ଅଧିକରୁ ଅଧିକ ସତର୍କ ରହିବା ନିହାତି ଆବଶ୍ୟକ।
ଅଧିକ ପଢ଼ନ୍ତୁ ସ୍ବାସ୍ଥ୍ୟ ଖବର