ହୋମ ଆଣ୍ଡ ସ୍ଲିପ୍ ସଲ୍ୟୁଶନ ବ୍ରାଣ୍ଡ ର ସ୍ଲିପ୍ ଇଣ୍ଟର୍ନସିପ୍ ପ୍ରୋଗ୍ରାମରେ ଭାଗ ନେଇଥିଲେ ସାଇଶ୍ୱରୀ ପାଟିଲ । ଯେଉଁଥିରେ ସାଇଶ୍ୱରୀ ସ୍ଲିପ୍ ଚମ୍ପିୟାନ ହେବା ସହ ୯ ଲକ୍ଷ ଟଙ୍କା ଜିତିଛନ୍ତି। ଏଥିରେ ୧୨ ଜଣ ଭାଗ ନେଇଥିଲେ କିନ୍ତୁ ଶୋଇବାରେ ସମସ୍ତଙ୍କୁ ପଛରେ ପକାଇଦେଇଥିଲେ ସାଇଶ୍ୱରୀ ପାଟିଲ । ସ୍ଲିପ୍ ଇଣ୍ଟର୍ନସିପ୍ ପ୍ରୋଗ୍ରାମର ଏହା ସିଜନ ୩ ଥିଲା। ଏହି ପ୍ରୋଗ୍ରାମରେ ସେଇମାନେ ଭାଗ ନେଇଥିଲେ ଯେଉଁମାନଙ୍କ ପାଇଁ ନିଦ ପ୍ରଧାନ ଏବଂ ଏବଂ ଶୋଇବାକୁ ଖୁବ୍ ପସନ୍ଦ କରନ୍ତି।
ପ୍ରୋଗ୍ରାମ ଅନୁଯାୟୀ ପ୍ରତିଯୋଗିତା ପ୍ରତ୍ୟେକ ରାତିରେ କମ୍ସେକମ ୮ ରୁ ୯ ଘଣ୍ଟା ନିଦରେ ଶୋଇବା ଦରକାର। ରାତିରେ ନିଦ ଛଡା ଦିନରେ ୨୦ ମିନିଟ୍ ପାଓ୍ୱାର ନେପ୍ ନେବାକୁ ମଧ୍ୟ କୁହାଯାଇଥାଏ। ସେହିପରି ଶୋଇବା ପାଇଁ ପ୍ରିମିୟମ ଗଦି ସହ ସ୍ଲିପ ଟ୍ରାକର ମଧ୍ୟ ଦିଆଯାଇଥାଏ। ଯାହା ନିଦକୁ ଟ୍ରାକ କରିଥାଏ। ତେବେ ସାଇଶ୍ୱରୀ ପାଟିଲ ଶୋଇବାରେ ଅନ୍ୟ ଇଣ୍ଟର୍ଣ୍ଣଙ୍କୁ ପଛରେ ପକାଇ ୯ ଲକ୍ଷ ଜିତିଛନ୍ତି.. ଆଉ ଏ ଖବର ନିଜ ମା ଙ୍କୁ ଫୋନ୍ କରି କହିଥିଲେ ଯେ ମା ମୁଁ ଶୋଇବାରେ ଫାଷ୍ଟ ହୋଇଛି ଆଉ ୯ ଲକ୍ଷ ଟଙ୍କା ଜିତିଛି.। ମା ଏହା ଶୁଣି ଆଶ୍ଚର୍ଯ୍ୟ ହେବା ଖୁସି ମଧ୍ୟ ହୋଇଥିଲେ ।
ଅଧିକ ଦେଖନ୍ତୁ :