ଭୁବନେଶ୍ୱର: ଆସନ୍ତାକାଲିଠୁ ୨ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ବିଭାଗର ପ୍ରତିନିଧି ଦଳ ଯିବେ ଦିଲ୍ଲୀ । ଦିଲ୍ଲୀରେ 3 ତାରିଖରେ ହୋଟେଲ ତାଜ୍ରେ ନିବେଶକ ସମ୍ମିଳନୀରେ ସାମିଲ ହେବେ । ଜାନୁଆରି 28 ଏବଂ 29 ରେ ହେବାକୁ ଥିବା ମେକ ଇନ ଓଡିଶା `ଉତ୍କର୍ଷ ଓଡ଼ିଶା' ପୂର୍ବରୁ ରାଜ୍ୟକୁ ଆସିବା ପାଇଁ ନିବେଶକଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ଉତ୍କର୍ଷ ଓଡ଼ିଶା କନକ୍ଲେଭ ପାଇଁ ଶିଳ୍ପପତି ମାନଙ୍କୁ ଭେଟି କରିବେ ଆମନ୍ତ୍ରଣ ।
ଅର୍ଗସ ବ୍ୟୁରୋ: ଅକ୍ଟୋବର ପହିଲା ବା ମଙ୍ଗଳବାର ଦିନ ଗୁଳି ଆଘାତ ପାଇ ସକାଳୁ ସକାଳୁ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ ଅଭିନେତା ଗୋବିନ୍ଦା। ହସ୍ପିଟାଲ୍ରେ ଭର୍ତ୍ତି ହେବା ପରେ ଗୋବିନ୍ଦାଙ୍କ ପ୍ରଥମ ପ୍ରତିକ୍ରିୟା ପ୍ରକାଶ ପାଇଛି। ତାଙ୍କ ପାଇଁ ପ୍ରାର୍ଥନା କରିଥିବାରୁ ସେ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ନିଜେ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି।
୯୦ ଦଶକର ବଲିଉଡ ତାରକା ନିଶ୍ଚିତ କରିଛନ୍ତି ଯେ ଡାକ୍ତରମାନେ ତାଙ୍କ ଗୋଡରୁ ଗୁଳି ବାହାର କରିଛନ୍ତି ଏବଂ ସେ ବର୍ତ୍ତମାନ ଭଲ ଅନୁଭବ କରୁଛନ୍ତି। ଗୋବିନ୍ଦାଙ୍କ ବିବୃତିର ଓଡ଼ିଆ ଅନୁବାଦ ହେଉଛି, ‘‘ମୁଁ ଗୋବିନ୍ଦା। ମୋର ପ୍ରଶଂସକ, ବାପାମଆ ଓ ଈଶ୍ବର କୃପାରୁ ମୁଁ ଭଲ ଅଛି। ମୁଁ ଗୁଳି ଆଘାତ ପାଇଥିଲି। ମାତ୍ର ବର୍ତ୍ତମାନ ମୁଁ ଙଲ ଅନୁଭବ କରୁଛି। ସେମାନେ ଗୁଳି କାଢ଼ି ଦେଇଛନ୍ତି। ମୋ ଡାକ୍ତର ଅଗ୍ରୱାଲ୍ଙ୍କୁ ଧନ୍ୟବାଦ୍। ମୋ ପାଇଁ ପ୍ରାର୍ଥନା କରିଥିବା ମୋର ସମସ୍ତ ପ୍ରଶଂସକଙ୍କୁ ଅଶେଷ ଅଶେଷ ଧନ୍ୟବାଦ।’’
ବଲିଉଡ୍ ଅଭିନେତା ତଥା ଶିବସେନା ନେତା ଗୋବିନ୍ଦା ମଙ୍ଗଳବାର ଦିନ ଗୁଳି ମାଡ଼ ଖାଇ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ନିଜ ବନ୍ଧୁକରୁ ହିଁ ଗୁଳି ବାଜି ଗୋବିନ୍ଦା ଆହତ ହୋଇ ଚିକିତ୍ସିତ ହେବାକୁ ହସ୍ପିଟାଲ୍ ଯାଇଥିଲେ। ତାଙ୍କ ନିଜ ବନ୍ଧୁକରୁ ଭୁଲ୍ ବଶତଃ ଗୁଳି ଗୋବିନ୍ଦାଙ୍କ ଆଣ୍ଠୁରେ ବାଜି ଯାଇଥିବା ସୂଚନା ରହିଛି। ଗୋବିନ୍ଦା ବାହାରକୁ ଯିବାକୁ ପ୍ରସ୍ତୁତ ହେଉଥିବା ବେଳେ ସେ ତାଙ୍କ ଲାଇସେନ୍ସପ୍ରାପ୍ତ ରିଭଲଭରକୁ ଦେଖୁଥିବା ବେଳେ ଭୋର୍ ୪.୪୫ ସମୟରେ ଏହି ଘଟଣା ଘଟିଥିଲା। ଗୁଳିଟି ଗୋବିନ୍ଦାଙ୍କୁ ତାଙ୍କ ଆଣ୍ଠୁରେ ଆଘାତ କରିଥିଲା ଏବଂ ସେ ବର୍ତ୍ତମାନ ମୁମ୍ବାଇର କ୍ରିଟି କେୟାର ହସ୍ପିଟାଲର ଇଣ୍ଟେନ୍ସିଭ୍ କେୟାର୍ ୟୁନିଟ୍ (ଆଇସିୟୁ)ରେ ଥିଲେ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର
ଅର୍ଗସ ବ୍ୟୁରୋ: ହିନ୍ଦୀ ସିନେମା ଏବଂ ଦକ୍ଷିଣ ସିନେମାରେ ଜବରଦସ୍ତ ପରିଚୟ ତିଆରି କରିଥିବା ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି। ସୋମବାର ବିଳମ୍ବିତ ରାତିରେ ୭୩ବର୍ଷୀୟ ରଜନୀକାନ୍ତଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ସେ ପେଟରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ସେ ଚିକିତ୍ସିତ ହେଉଛନ୍ତି ଏବଂ ଆଜି ଅର୍ଥାତ୍ ମଙ୍ଗଳବାର ତାଙ୍କୁ ଏକ ସ୍ବତନ୍ତ୍ର ପ୍ରୋସେସ ଦେଇ ଗତି କରିବାକୁ ପଡିପାରେ। ବର୍ତ୍ତମାନ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, ତାଙ୍କ ଅବସ୍ଥା ସ୍ଥିର ଅଛି ବୋଲି ଅଭିନେତାଙ୍କ ପତ୍ନୀ ତାଙ୍କ ହେଲ୍ଥ ଅପଡେଟ ଦେଇଛନ୍ତି।
ସୁପରଷ୍ଟାର ରଜନୀକାନ୍ତଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇ ଚେନ୍ନାଇ ପୋଲିସ କହିଛି ଯେ ପେଟରେ ଯନ୍ତ୍ରଣା ହେତୁ ତାଙ୍କୁ ଚେନ୍ନାଇର ଆପୋଲୋ ଗ୍ରିମସ ରୋଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥି ସହିତ ତାଙ୍କ ପତ୍ନୀ ମିଡିଆରେ ସୁପରଷ୍ଟାରଙ୍କ ସ୍ବାସ୍ଥ୍ୟ ଅପଡେଟ ଦେଇଛନ୍ତି। ରଜନୀକାନ୍ତଙ୍କ ପତ୍ନୀ ଲତା କେବଳ କହିଛନ୍ତି ଯେ ବର୍ତ୍ତମାନ ସବୁ ଠିକ ଅଛି। ସୂଚନାଯୋଗ୍ୟ, ରଜନୀକାନ୍ତଙ୍କ ସ୍ବାସ୍ଥ୍ୟ ଗତ କିଛି ବର୍ଷ ମଧ୍ୟରେ ଅନେକ ଥର ଖରାପ ହୋଇଯାଇଛି। ଏହି ଅଭିନେତା ୨୦୧୬ରେ ଆମେରିକାରେ କିଡନୀ ପ୍ରତିରୋପଣ ମଧ୍ୟ କରିଥିଲେ। ନିକଟରେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ସେ ରାଜନୀତିରୁ ମଧ୍ୟ ଅବସର ନେଇଥିଲେ। ବର୍ତ୍ତମାନ ସେ ଭଲ ଅଛନ୍ତି। ତେବେ ଏହି ଖବର ଆସିବା ପରେ ରଜନୀକାନ୍ତଙ୍କ ପ୍ରଶଂସକଙ୍କ ଚିନ୍ତା ବଢିଛି ଏବଂ ସେମାନେ ସୁପରଷ୍ଟାରଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର