ଅର୍ଗସ ବ୍ୟୁରୋ: ଚିନ୍ତା ବଢ଼ାଉଛି ଭାରତ ଯୋଡ ଯାତ୍ରା। ଯାହା ପାଇଁ କଂଗ୍ରେସରେ ଅନ୍ତଃକନ୍ଦଳ ଦେଖିବାକୁ ମିଳିଛି। ଡିସେମ୍ୱରରେ କଂଗ୍ରେସର ଭାରତ ଯୋଡ ଯାତ୍ରା ରାଜସ୍ଥାନରେ ପ୍ରବେଶ କରିବ।ରାଜସ୍ଥାନରେ ଏହି ଯାତ୍ରା ପାଖାପାଖି ୨୦ ଦିନ ରହିବ। ଶୀତଦିନେ ଯଦିଓ ଏହି ଯାତ୍ରା ଯିବ ତଥାପି ଉତ୍ତର ଭାରତ ର ଉକ୍ତ ରାଜ୍ୟରେ ରାଜନୈତିକ ଉଷ୍ମତା ଏବେଠୁ ବଢ଼ିଲାଣି।ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ସମର୍ଥନ କରୁଥିବା ନେତାମାନେ କଂଗ୍ରେସରେ ପୂର୍ବରୁ ରହିଥିବା ବିବାଦର ସମାଧାନ ଦାବି କରିଛନ୍ତି। ତେଣୁ ଭାରତ ଯୋଡା ଯାତ୍ରା ପାଇଁ ଏହା ମୁଣ୍ଡବିନ୍ଧାର କାରଣ ପାଲଟିଲାଣି।
ଡିସେମ୍ୱରରେ କଂଗ୍ରେସର ଭାରତ ଯୋଡା ଯାତ୍ରା ରାଜସ୍ଥାନରେ ପ୍ରବେଶ କରିବ। ଏହି ସମୟ ମଧ୍ୟରେ ଝଲଓ୍ୱାର, କୋଟା, ସଓ୍ୱାଇ ମାଧୋପୁର, ଦୌସା ଏବଂ ଅଲଓ୍ୱାର ଆଦି ଦେଇ ଭାରତ ଯୋଡା ଯାତ୍ରାରେ ସାମିଲ ନେତାମାନେ ଆଗକୁ ବଢ଼ିବେ। ୨୦୧୮ରେ ରାଜସ୍ଥାନରେ କଂଗ୍ରେସର ବିଜୟ ପରେ ଅଶୋକ ଗେହଲଟ ଓ ପାଇଲଟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଛି।
ରାଜନୀତି ଖବର ଆହୁରି ପଢନ୍ତୁ ।