ଖୁବଶୀଘ୍ର ଭୂମି ପୂଜନ ହୋଇ କାମ ଆରମ୍ଭ ହେବ। ଭୂମି ପୂଜନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନୁରୋଧ କରିଛନ୍ତି ଅଶ୍ବିନୀ ବୈଷ୍ଣବ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ପୂର୍ବରୁ ଓଡ଼ିଶା ପାଇଁ ରେଳ ବଜେଟ ମିଳୁଥିଲା ମାତ୍ର ୮୦୦ କୋଟି । ମୋଦି ସରକାରରେ ଏହା 10 ହଜାର କୋଟିକୁ ବୃଦ୍ଧି ପାଇଛି । ସେପଟେ ୨୦୩୦ ସୁଦ୍ଧା ଦେଶରେ ୫ ଗିଗା ୱାଟ୍ ରିଲେବୁଲ ଏନର୍ଜି କାପାସିଟି ପ୍ରସ୍ତୁତ ହେବ । ୫୦% ପ୍ରତିଶତ ଏନର୍ଜି ରିଲେବଲ ସୋର୍ସରୁ ଆସିବ ।
୨୦୨୬ ସୁଦ୍ଧା ଦେଶରେ ରେଳକୁ ସମ୍ପୂର୍ଣ୍ଣ ବିଦ୍ୟୁତକରଣ କରାଯିବ । ୨୦୩୦ ସୁଦ୍ଧା କାର୍ବନ ଇନଟେନସିଟି କମାଇବା ଲକ୍ଷ୍ୟ । ଲାଇଫ ଫର ଦ ଏନଭାରମେଣ୍ଟ ପ୍ରକୃତିକୁ ମୂଳରେ ରଖି କାର୍ଯ୍ୟ କରାଯିବ । ସେପଟେ ଆସନ୍ତାବର୍ଷ ଓଡ଼ିଶାରେ ଆରମ୍ଭ ହେବ ୫ଜି ସେବା। ୫ଜିର ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର 8 ସହର ରହିଛି । ୨୦୨୩ ମାର୍ଚ୍ଚ ଶେଷ ସୁଦ୍ଧା ୮୦ ପ୍ରତିଶତ ଅଞ୍ଚଳରେ ୫ଜି ମୋବାଇଲ ସେବା ଉପଲବ୍ଧ ହେବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।
ଟେଲିକମ କ୍ଷେତ୍ରରେ ଓଡ଼ିଶାରେ ନିର୍ମାଣ ହେବ ୧୦ ହଜାର ଟାୱାର । ନଭେମ୍ବରରୁ କିଛି ସ୍ଥାନରେ ସିଗନାଲ ମିଳିବ । ଟେକନିକାଲରେ ଓଡ଼ିଶାକୁ ଆଗକୁ ନେବା ପାଇଁ IIT ଭୁବନେଶ୍ବର, NIT ରାଉରକେଲାରେ ନିର୍ମାଣ ହେବ ସେମିକଣ୍ଡକ୍ଟର 5G ଲ୍ୟାବ ।