ଅଧିକ ପଢନ୍ତୁ: ମହାଦେବ ବେଟିଂ ଆପର ହାତ ଥିବା ନେଇ ଇଡି ପାଇଛି ଲିଙ୍କ୍, ପାଞ୍ଚ କୋଟି ଟଙ୍କା ଜବତ
ଏହା ସହ ଇଡି ପକ୍ଷରୁ କୁହାଯାଇଛି ଯେ ଅନୁସନ୍ଧାନକାରୀ ସଂସ୍ଥା ବିଶ୍ୱସନୀୟ ତଥ୍ୟ ହାସଲ କରିବା ପରେ ଗୁରୁବାର ଛତିଶଗଡର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଚଢ଼ଉ ପରେ ରାଜ୍ୟରୁ ୫.୩୯ କୋଟି ଟଙ୍କା ନଗଦ ଜବତ କରାଯାଇଛି। ଏଥିସହ ୧୫.୫୯ କୋଟି ଟଙ୍କା ବ୍ୟାଙ୍କ ବାଲାନ୍ସ ମଧ୍ୟ ସିଜ୍ କରିଛି ଇଡି। ଏହି ମାମଲାରେ ଏ ପର୍ଯ୍ୟନ୍ତ ଅନୁସନ୍ଧାନକାରୀ ସଂସ୍ଥା ୪ ଜଣଙ୍କୁ ଗିରଫ କରିଛି ଏବଂ ବର୍ତ୍ତମାନ ସୁଦ୍ଧା ୪୫୦କୋଟିରୁ ଅଧିକ ଟଙ୍କା ଜବତ କରାଯାଇଛି। ଏହା ସହ ୧୪ଜଣଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏତଲା ଦାଖଲ କରିଛି। ନିକଟରେ ମହାଦେବ ବେଟିଂ ଆପ୍ ମାମଲାରେ ଇଡି ପ୍ରଥମ ଚାର୍ଜସିଟ୍ ଦାଖଲ କରିଥିଲା, ଯେଉଁଥିରେ ୧୪ଜଣ ଅଭିଯୁକ୍ତଙ୍କ ମଧ୍ୟରେ ଆପ୍ର ମାଲିକ ସୌରଭ ଚନ୍ଦ୍ରାକର ଏବଂ ରବି ଉପ୍ପଲଙ୍କ ନାମ ଥିବା ଜଣାପଡ଼ିଥିଲା।
ଭାରତ ଖବର ଆହୁରି ପଢନ୍ତୁ