ପରଲୋକଗତ ସିଡ଼ିଏସ୍ ଜେନେରାଲ ବିପିନ୍ ରାଓ୍ବତଙ୍କୁ ଶ୍ରଦ୍ଧାଂଜଳି ପ୍ରଦାନ କରି ଏକଥା କହିଛନ୍ତି ଏନଏସଏ ମୁଖ୍ୟ ଅଜିତ ଡୋଭାଲ । ଦିଲ୍ଲୀଠାରେ ବିପିନ୍ ରାଓ୍ବତଙ୍କ ଉପରେ ଲିଖିତ ଏକ ପୁସ୍ତକର ଆଜି ଲୋକାର୍ପଣ ହୋଇଯାଇଛି । ଏହି ପୁସ୍ତକ ଲୋକାର୍ପଣ ଉତ୍ସବରେ ଯୋଗଦେଇ ଭାରତର ପ୍ରଥମ ସିଡ଼ିଏସଙ୍କ ସ୍ମୃତି ଚାରଣ କରିଥିଲେ ଡୋଭାଲଙ୍କ ସମେତ ଅନ୍ୟ ଅତିଥିବୃନ୍ଦ ।
ଦେଶର ସୁରକ୍ଷାକୁ ସବୁବେଳେ ପ୍ରାଥମିକତା ଦେଉଥିଲେ ଜେନେରାଲ ବିପିନ୍ ରାଓ୍ବତ

ଅର୍ଗସ ବ୍ୟୁରୋ : ଦେଶର ପ୍ରଥମ ସିଡ଼ିଏସ୍ ଜେନେରାଲ ବିପିନ୍ ରାଓ୍ବତଙ୍କ ବିୟୋଗ ସମଗ୍ର ଦେଶର କ୍ଷତି । ଭାରତୀୟ ସେନା ଓ ଦେଶର ସୁରକ୍ଷାକୁ ସବୁବେଳେ ପ୍ରାଥମିକତା ଦେଉଥିଲେ ଜେନେରାଲ ବିପିନ୍ ରାଓ୍ବତ । ଚୀନର ବିସ୍ତାବାଦ ନୀତିକୁ ଉଚିତ୍ ଜବାବ ଦେଉଥିଲେ ।
Download Argus News App
