ଗତ କିଛି ବର୍ଷ ହେବ ଏଠାରେ ବିଜେପି ବିଜୟୀ ହେଉଥିବା ବେଳେ ଚଳିତ ଥର ବିଜେପିକକୁ ଚେକ୍ ଦେବାକୁ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ଏକ ମିଳିତ ମଞ୍ଚ ଗଠନ କରିଥିଲେ । କିନ୍ତୁ ଇଣ୍ଡି ଆଲାଏନ୍ସ ମେଣ୍ଟକୁ ପରାସ୍ତ କରି ମେୟର ହୋଇଛନ୍ତି ବିଜେପି ପ୍ରାର୍ଥୀ ମନୋଜ ସୋନକର।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ଚଣ୍ଡୀଗଡ଼ରେ ବିଜେପିର ବଡ଼ ବିଜୟ । ପ୍ରଥମ ଲଢ଼େଇରେ ଚିତପଟାଙ୍ଗ ଇଣ୍ଡି ଆଲାଏନ୍ସ । ଚଣ୍ଡୀଗଡ଼ ମେୟର ନିର୍ବାଚନ ବିଜେପି ଓ ଇଣ୍ଡି ଆଲାଏନ୍ସ ମଧ୍ୟରେ ପ୍ରଥମ ଲଢ଼େଇ ହୋଇଥିବା ବେଳେ ଏଥିରେ ବାଜି ମାରିଛି ବିଜେପି । ବିଜୟ ସହ ବିଜେପିର ମନୋଜ ସୋନକର ଚଣ୍ଡୀଗଡ଼ର ନୂତନ ମେୟର ହୋଇଛନ୍ତି ।
ଗତ କିଛି ବର୍ଷ ହେବ ଏଠାରେ ବିଜେପି ବିଜୟୀ ହେଉଥିବା ବେଳେ ଚଳିତ ଥର ବିଜେପିକକୁ ଚେକ୍ ଦେବାକୁ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ଏକ ମିଳିତ ମଞ୍ଚ ଗଠନ କରିଥିଲେ । କିନ୍ତୁ ଇଣ୍ଡି ଆଲାଏନ୍ସ ମେଣ୍ଟକୁ ପରାସ୍ତ କରି ମେୟର ହୋଇଛନ୍ତି ବିଜେପି ପ୍ରାର୍ଥୀ ମନୋଜ ସୋନକର।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ : ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସୋମବାର ଦିନ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫକୁ ସୁପ୍ରିମକୋର୍ଟର ଆଵେଦନ ଘୁଞ୍ଚାଇ ଦେଇଛନ୍ତି। ବରିଷ୍ଠ ଆଡଭୋକେଟ୍ କପିଲ ସିବଲ ସୋରେନଙ୍କ ନିକଟରେ ହାଜର ହୋଇ ।ଆବେଦନ ଉପରେ ଶୀଘ୍ର ଶୁଣାଣି କରିବାକୁ ଅନୁରୋଧ କରିଥିଲେ। ଝାଡଖଣ୍ଡରେ ଏକ ଜମି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ହେମନ୍ତ ସୋରେନଙ୍କୁ ଇଡି ଗିରଫ କରିଥିଲ।
ଅଧିକ ପଢନ୍ତୁ ଭାରତ ଖବର
ମେ ୩ ରେ ଝାଡଖଣ୍ଡ ହାଇକୋର୍ଟ ସୋରେନଙ୍କ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦ୍ଵରା ଗିରଫ ହେବାର ଚ୍ୟାଲେଞ୍ଜ ଦେଇଥିବା ଏକ ଆବେଦନକୁ ପ୍ରତ୍ୟାଖ୍ୟାନ କରି ଜାମିନ ନାମଞ୍ଜୁର କରିଥିଲେ। ତେବେ କୋର୍ଟ ତାଙ୍କୁ ହେପାଜତଙ୍କ ଶେଷ ରୀତିନୀତିରେ ଯୋଗଦେବାକୁ ଅନୁମତି ଦେଇଥିଲେ।ଜାନୁଆରୀରେ ଜମି ସ୍କାମ ମାମଲାରେ ହେମନ୍ତ ସୋରେନଙ୍କୁ ଇଡି ଗିରଫ କରିଥିଲା। ବର୍ତ୍ତମାନ ନ୍ୟାୟିକ ହେପାଜତରେ ଥିବା ସୋରେନଙ୍କୁ ରାଞ୍ଚିର ବିର୍ସା ମୁଣ୍ଡା ସେଣ୍ଟ୍ରାଲ ଜେଲରେ ରଖାଯାଇଛି।
ଅର୍ଗସ ବ୍ୟୁରୋ: ଚିନ୍ତା ବଢ଼ାଉଛି କି ଉଚ୍ଚ ରକ୍ତଚାପ। ଧମନୀରେ ରକ୍ତଚାପ ବୃଦ୍ଧି ହେତୁ ମଣିଷ ଉଚ୍ଚ ରକ୍ତଚାପ ଶିକାର ହୋଇଥାଏ। କିପରି ଏହାକୁ ନିୟନ୍ତ୍ରଣରେ ରଖିବେ ଜାଣନ୍ତୁ। ଆଧୁନିକ ଯୁଗରେ ଉଚ୍ଚ ରକ୍ତଚାପ ଏକ ସାଧାରଣ ସମସ୍ୟା ହୋଇଗଲାଣି। ଏହି ରୋଗର ମୁଖ୍ୟ କାରଣ ହେଉଛି ଚାପ ଏବଂ ଅନିୟନ୍ତ୍ରିତ ଖାଦ୍ୟପେୟ। ପ୍ରତିଦିନ ଟମାଟୋ ରସ ପିଅନ୍ତୁ ଏହା ଦ୍ୱାରା ଆପଣଙ୍କ ଉଚ୍ଚ ରକ୍ତ ଚାପ କମିବ । ଟମାଟୋରେ ଆଲଫା, ବିଟା, ଲ୍ୟୁଟିନ୍ ଏବଂ ଲାଇକୋପିନ୍ କାରୋଟିନଏଡ୍ ଥାଏ। ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ।
ଅନ୍ୟାନ୍ୟ କାରୋଟିନଏଡ ତୁଳନାରେ ଲାଇକୋପିନ୍ରେ ସର୍ବାଧିକ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି। ଟମାଟୋରେ ଭିଟାମିନ୍-ଏ, ସି ଏବଂ ଇ ରହିଥାଏ। ଏହି ସମସ୍ତ ପୋଷକ ତତ୍ତ୍ୱ ଶରୀରର ବିଭିନ୍ନ ଅଙ୍ଗକୁ ସୁରୁଖୁରୁରେ କାମ କରିବାରେ ସାହାଯ୍ୟ କରେ। ଏଥିପାଇଁ ନିୟମିତ ଖାଦ୍ୟରେ ଟମାଟୋକୁ ସାମିଲ୍ କରିବା ଅତ୍ୟନ୍ତ ଜରୁରୀ। ଏହାକୁ ନିୟମିତ ବ୍ୟବହାର କରିବା ଦ୍ୱାରା ଉଚ୍ଚ ରକ୍ତଚାପରୁ ଆଶ୍ୱସ୍ତି ମିଳିଥାଏ।ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ ଟମାଟୋ ରସକୁ ପ୍ରତିଦିନ ଲୁଣ ବିନା ଖାଇବା ଉଚିତ୍। ଅନେକ ଅନୁସନ୍ଧାନରୁ ଜଣାପଡିଛି ଯେ ଟମାଟୋ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସକ୍ଷମ ଅଟେ।
ଅଧିକ ପଢ଼ନ୍ତୁ ସ୍ୱାସ୍ଥ୍ୟ ଖବର:
ଅର୍ଗସ ବ୍ୟୁରୋ : ପୋଲ ଖୋଲିଦେଲେ ମୋଦି । ହିଞ୍ଜିଳିର ବିକାଶ ନା ବିନାଶ ହୋଇଛି । ହିଞ୍ଜିଳିବାସୀଙ୍କ କଥା ନକହିଲେ ଭଲ । ୨୪ ବର୍ଷ ହେଲା ହିଞ୍ଜିଳିକୁ ମାଡିବସିଛନ୍ତି କିନ୍ତୁ କଣ କରିଛନ୍ତି ନବୀନ ? ବିକାଶ ନାରେ ଡିଣ୍ଡିମ ପିଟୁଛନ୍ତି ହେଲେ କରିଛନ୍ତି କଣ ?
ପ୍ରଶ୍ନ ପରେ ପ୍ରଶ୍ନ ଘନ ଘନ ବିଜେପି ନେତାଙ୍କ ପ୍ରଶ୍ନବାଣରେ ଘାଇଲା ହେଲାଣି ବିଜେଡି । କଣ କରିବେ ବୁଦ୍ଦି ବାଟ ଦିଶୁନି । ବିଜେପି ପ୍ରଶ୍ନର କି ଉତ୍ତର ଦେବ ସେ ନେଇ ହରଡଘଣାରେ ପଡିଛନ୍ତି ନବୀନ ଓ ପାଣ୍ଡିଆନ । ୨୪ବର୍ଷର ସ୍ତର ସରକାର ସ୍ତର ମୁଖ୍ୟମନ୍ତ୍ରୀ କିନ୍ତୁ ବିକାଶ କେଉଠି ହୋଇଛି ? ବିକାଶ ନାଁରେ କେବଳ ଯୋଜନା ମାନ ହୋଇଛି କିନ୍ତୁ ଅସଲି ବିକାଶର ନାଁ ଚିହ୍ନ ଅଛି ନା ବର୍ଣ୍ଣ ଅଛି ।
ଅଧିକ ପଢନ୍ତୁ ରାଜନୀତି ଖବର
୨୪ ବର୍ଷ ହେଲା ଯେଉଁଠୁ ଜିତି ଆସୁଛନ୍ତି ସେଠି କି ପ୍ରକାର ବିକାଶ ହୋଇଛି ? ସବୁଠୁ ଅଧିକ ଦାଦନ ଶ୍ରମିକ ମୁଖ୍ୟମନ୍ତ୍ରୀଙ୍କ ଅଞ୍ଚଳରୁ । ନିଜ ଅଞ୍ଚଳରୁ ବାହାରି କାମ ପାଇଁ ବାହାରକୁ ଯାଉଛନ୍ତି । କଣ ପାଇଁ ଡାକ୍ତରୀ ପଦବୀ ଖାଲି ପଡିଛି ? କଣ ପାଇଁ ଅଧାରୁ ପାଠ ଛାଡୁଛନ୍ତି ପିଲା ? କଣ ପାଇଁ ହିଞ୍ଚିଳିରେ ପର୍ଯ୍ୟପ୍ତ କୋଲ୍ଡ ଷ୍ଟୋରେଜ୍ ନାହିଁ ? ପାଣିର ସୁବିଧା ବି ନାହିଁ ? ନାହିଁ ନାହିଁରେ ଚାଲିଛି ହିଞ୍ଜିଳି ।
୨୪ ବର୍ଷ ଶାସନ କଲା ପରେ କେତେ ଦିନ ଆଉ ବାପାଙ୍କ ସ୍ଵପ୍ନର ଓଡିଶା କଥା କହିବେ ନବୀନ । ବହୁତ ହୋଇଗଲା । ଏଥର ପରିବର୍ତ୍ତନ ସୁନିଶ୍ଚିତ ।