ଗତକାଲିଠାରୁ ଦିଲ୍ଲୀରେ ଅଛନ୍ତି ଅମରିନ୍ଦର। ପଞ୍ଜାବ ମୁଖ୍ୟମନ୍ତ୍ରୀରୁ ହଟାଯିବା ପରେ ଅମରିନ୍ଦର ଅସନ୍ତୁଷ୍ଟ ଥିଲେ। ସେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଛି।
କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁଙ୍କ ସହ ଦୀର୍ଘ ଦିନ ଧରି ଲାଗିରହିଥିବା ବିବାଦ ଭିତରେ ଅମରିନ୍ଦର ମୁଖ୍ୟମନ୍ତ୍ରୀ ପଦରୁ ଚଳିତ ମାସରେ ଇସ୍ତଫା ଦେଇଥିଲେ । ଏହାପରେ କଂଗ୍ରେସ ଚରଣଜିତ ସିଂହ ଚନ୍ନିଙ୍କୁ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲା।
ତେବେ କ୍ୟାପଟେନ୍ ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ଏବେ ସେ କଂଗ୍ରେସ ଦଳ ମଧ୍ୟ ଛାଡିବା ନେଇ ଚର୍ଚ୍ଚା ହେଉଛି। ଏପଟେ ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନବଜୋତ ସିଂହ ସିଦ୍ଧୁ । ପଦରେ ରହିବାର ମାତ୍ର ୭୨ ଦିନ ପରେ ସେ ଇସ୍ତଫା ଦେଇଥିବାବେଳେ ଏହାକୁ ନେଇ କଂଗ୍ରେସ ଦଳରେ ଚର୍ଚ୍ଚା ଜୋର ଧରିଛି ।