ମଣିଷକୁ ସର୍ବଦା ପରିଶ୍ରମ ଓ ସଚ୍ଚୋଟତାର ସହିତ ଆଗକୁ ବଢିବା ଦରକାର। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯେଉଁ ବ୍ୟକ୍ତି ଭୁଲ ପନ୍ଥା ଆପୋଣାଇ ଟଙ୍କା ଉପାର୍ଜନ କରିଥାନ୍ତି ଏବଂ ଆଗକୁ ବଢିବାକୁ ଚେଷ୍ଟା କରିଥାନ୍ତି ସେମାନେ କେବେକି ସଫଳ ହୋଇପାରିନଥାନ୍ତି। ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଏକ ଲକ୍ଷ୍ୟ ରହିବା ଦରକାର ଆଉ ଏହି ଲକ୍ଷ୍ୟକୁ କାହା ଆଗରେ ପ୍ରକାଶ କରିବା ବଡ ଭୁଲ । କାରଣ କିଛି ଲୋକ ନିଜର ଲକ୍ଷ୍ୟ ବିଷୟରେ ଅନ୍ୟମାନଙ୍କ ଆଗରେ କହିଦେଇଥାନ୍ତି। ଏପରି କରିବା ଦ୍ୱାରା ବ୍ୟକ୍ତିର କ୍ଷତି ହୋଇଥାଏ। ଚାଣକ୍ୟଙ୍କ କହିବାନୁସାରେ ନିଜର ଲକ୍ଷ୍ୟକୁ ଅନ୍ୟ ଆଗରେ କହିବା ଦ୍ୱାରା ସେହି ଲକ୍ଷ୍ୟ ପୁରା ହେବାରେ ଚାନ୍ସ ବହୁତ କମ ହୋଇଯାଇଥାଏ।
ଅଧିକ ପଢନ୍ତୁ ଭାରତ ଖବର