ଅଧିକ ପଢନ୍ତୁ : ସାମ୍ବାଦିକଙ୍କୁ ଟାର୍ଗେଟ ରାହୁଲଙ୍କ ଅଭ୍ୟାସ !
ସଂସଦ ପରିସରରେ କଂଗ୍ରେସ ସାଂସଦ ଧାରଣା ଦେଇଥିବା ବେଳେ ସଂସଦ ବାହାରେ ଘେରାଉ କରିଥିଲେ ଯୁବ କଂଗ୍ରେସ କର୍ମୀ । ସମାନ ପ୍ରସଙ୍ଗରେ ମଧ୍ୟପ୍ରଦେଶ ଭୋପାଳ ସମେତ ଦେଶର ବିଭିନ୍ନ ସ୍ଥାନରେ କଂଗ୍ରେସ କରିଛି କେନ୍ଦ୍ର ବିରୋଧରେ ହଲ୍ଲାବୋଲି । ବିଜେପି କହିଛି ଏ ସବୁ ପ୍ରୟାସ କେବଳ ଆଉ କେବଳ ପରିବାର ଓ ଭ୍ରଷ୍ଟାଚାରକୁ ଘଣ୍ଟ ଘୋଡ଼ାଇବା ପାଇଁ । ବିଜେପି ପ୍ରଶ୍ନ କରିଛି କଂଗ୍ରେସର ଆନ୍ଦୋଳନ କେଉଁଥିପାଇଁ ଅଦାଲତର ନିର୍ଦ୍ଦେଶ ବିରୋଧରେ ନା ଓବିସି ସମାଜ ପ୍ରତି ଅପଶବ୍ଦର ସମର୍ଥନରେ ।
ସଂସଦରେ ଆକ୍ସନ ଓଡ଼ିଶା ବିଧାନସଭାରେ ରିଆକସନ୍ । କଂଗ୍ରେସ ବିଧାୟକ ମାନେ କଳା ପୋଷାକରେ ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ କରିଥିଲେ ହୋହଲ୍ଲା । ବାଚସ୍ପତି ଗୃହକୁ ଅପରାହ୍ନ 4ଟା ଯାଏ କରିଥିଲେ ମୁଲତବୀ । ଏହାପରେ କଂଗ୍ରେସ ବିଧାୟକ ଓ ନେତା ରାଜଭବନ ଯାଇ ରାଜ୍ୟପାଳଙ୍କୁ ଦେଇଥିଲେ ସ୍ମାରକପତ୍ର । କଂଗ୍ରେସକୁ କାଉଣ୍ଟର କରିବାକୁ ସାମ୍ନାକୁ ଆସିଥିଲେ ବିରୋଧୀ ଦଳନେତା । ମନେ ପକାଇ ଦେଇଥିଲେ ଦେଶରେ ଏମର୍ଜେନ୍ସି ବେଳର କଥା । ଅଦାଲତଙ୍କ ଦଣ୍ଡାଦେଶକୁ ଆଧାର କରି କଂଗ୍ରେସର ଇମସୋନାଲ କାର୍ଡ ବନାମ ବିଜେପିର ଓବିସି କାର୍ଡ। ଏ ଲଢେଇ ଆଗକୁ କେଉଁ ମୋଡ଼ ନେଉଛି ତାକୁ ଅପେକ୍ଷା।