ଏହି ଶେଖ ଅବଦୁଲ୍ଲା ଆଉ କେହି ନୁହନ୍ତି ଓମାର ଅବଦୁଲ୍ଲାଙ୍କ ଜେଜେବାପା। । ଯିଏକି କାଶ୍ମୀରର କ୍ଷମତାକୁ ଉପଭୋଗ କରିବା ପାଇଁ ସ୍ଵାଧୀନତା ପରବର୍ତ୍ତୀ କାଳରୁ ଷଡ଼ଯନ୍ତ୍ର ରଚିଆସିଥିଲେ। ଆଉ ତାଙ୍କୁ ଏଥିରେ ପୂର୍ଣ୍ଣ ସହଯୋଗ କରିଥିଲେ ତତକାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ । ଆଉ ଏପରି କରିବା ପଛରେ ବି ନେହେରୁଙ୍କର ନିଜର ବଡ଼ ସ୍ବାର୍ଥ ଥିଲା।
ଆଉ ଯେତେବେଳେ ତାଙ୍କ ପୂର୍ବପୁରଷମାନେ ରଚିଥିବା ଷଡ଼ଯନ୍ତ୍ର କାଶ୍ମୀର ଫାଇଲ୍ସ ଜରିଆରେ ପର୍ଦ୍ଦାଫାଶ ହୋଇଯାଇଛି ଓମାର ଅବଦୁଲ୍ଲା ଓ କଂଗ୍ରେସ ନେତା ଏହାର ବିରୋଧ କରିବା ସ୍ବାଭାବିକ। କାଶ୍ମୀର ଓ କାଶ୍ମୀର ପଣ୍ଡିତଙ୍କ ପ୍ରତି ହୋଇଥିବା ଏହି ଷଡ଼ଯନ୍ତ୍ର କିପରି ଲୋକଙ୍କ ସାମ୍ନାକୁ ନଆସିବ ସେଥିପାଇଁ ବି ଆଜିଯାଏ ଭରପୁର ଉଦ୍ୟମ ହୋଇଆସିଥିଲା। କିନ୍ତୁ କାଶ୍ମୀର ଫାଇଲ ଯୋଗୁଁ ସେ ସବୁ ଉଦ୍ୟମ ଫସର ଫାଟିଯାଇଛି । ସେଇଥି ପାଇଁ ତ ଖୋଦ ପ୍ରଧାନମନ୍ତ୍ରୀ ଅପିଲ କରିଥିଲେ ଏହି ଫିଲ୍ମ ଦେଖିବା ପାଇଁ ।
କାଶ୍ମୀର ଫାଇଲ୍ସ କେବଳ କାଶ୍ମୀର ପଣ୍ଡିତଙ୍କ ପ୍ରତି ହୋଇଥିବା ଅକଥନୀୟ ଅତ୍ୟାଚାର ସାମ୍ନାକୁ ଆଣିନାହିଁ ବରଂ ଦେଶ ବିଭାଜନ ପରଠୁ କାଶ୍ମୀର ପ୍ରତି ହୋଇଥିବା ଷଡ଼ଯନ୍ତ୍ରକୁ ଧରାପକାଇ ଦେଇଛି । ଆଉ ସେଥିପାଇଁ ଏହି ଫିଲ୍ମ ପୂର୍ବର ସବୁ ରେକର୍ଡକୁ ଭାଙ୍ଗିବାକୁ ଯାଉଛି।
କାଶ୍ମୀର ଫାଇଲ ମାଧ୍ୟମରେ ଯେଉଁ ସତ ସାମ୍ନାକୁ ଆସିଛି ତାକୁ ନେଇ ଏବେ ସାରା ଦେଶରେ ନୂଆ ବିତର୍କ ଆରମ୍ଭ ହୋଇଥିବା ବେଳେ କାଶ୍ମୀର ଷଡ଼ଯନ୍ତ୍ରର ଦୋଷୀମାନେ ଏବେ ପ୍ରତିଦିନ ନୂଆ ନୂଆ ସଫେଇ ଦେବାରେ ବ୍ୟସ୍ତ।