ଭାରତ ଅର୍ଥନୀତିରେ ପୂର୍ବରୁ କେବେ ବି ୮% ଅଭିବୃଦ୍ଧି ହୋଇ ନ ଥିବା ବେଳେ ୨୦୪୭ ସୁଦ୍ଧା ୮% ଅଭିବୃଦ୍ଧି ହେବାର ସମ୍ଭାବନା ରହିଛି। ତେବେ ଏହି ଲକ୍ଷ୍ୟକୁ ଛୁଇଁବା ସମ୍ଭବପର ବୋଲି ସେ କହିଛନ୍ତି। ସୁବ୍ରମଣ୍ୟମ ଆହୁରି କହିଛନ୍ତି ଯେ ୧୯୯୧ ଠାରୁ ଭାରତର ଅର୍ଥନୀତି ଅଭିବୃଦ୍ଧି ହାରାହାରି ୭%ରୁ ଅଧିକ ରହୁଛି। ଭାରତ ନିଜର ଘରୋଇ ଅର୍ଥ ବ୍ୟବସ୍ଥାକୁ ମଜବୁତ୍ କରିବା ଆବଶ୍ୟକ। କାରଣ ଜିଡିପିର ୫୮ ପ୍ରତିଶତ ଘରୋଇ ବ୍ୟବହାରରୁ ଆସିଥାଏ। ତେଣୁ ନିର୍ମାଣ କ୍ଷେତ୍ରରେ ଉତ୍ସାହ ସୃଷ୍ଟି ସହ ଉଦ୍ୟୋଗୀଙ୍କୁ ବ୍ୟାଙ୍କ ଋଣ ଦେଇପାରିଲେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଓ ଘରୋଇ ବ୍ୟବହାର ବଢ଼ିବ ବୋଲି ସେ କହିଛନ୍ତି।
ଆହୁରି ପଢନ୍ତୁ ଭାରତ ଖବର...