ଉକ୍ତ ଯୁବକ ଜଣକ ଲାଇଭ କରୁଥିବା ସମୟରେ ଏକ ଧାରୁଆ କୁରାଢ଼ି ଧରି ଆକ୍ରୋଶ ସହ ଖୁଲମ ଖୁଲା ଶାକିବଙ୍କୁ ହାଣିଦେବାର ଏବଂ ଜୀବନ ନେଇଯିବାର ଧମକ ଦେଇଛି। ଶାକିବ ସେ ପୂଜାରେ ଯାଇ ମୁସଲିମ ଧର୍ମର ଲୋକମାନଙ୍କ ମନରେ ଆଘାତ ପହଞ୍ଚାଇଛନ୍ତି ତେଣୁ ସେ କ୍ଷମା ମାଗନ୍ତୁ ବୋଲି ଦାବି ମଧ୍ୟ କରିଥିଲା ମୋହସିନ। ଅପରପକ୍ଷେ ଶାକିବ କହିଛନ୍ତି ଇଷ୍ଟ କଲିକତା କାକୁଡିଗାଛିରେ ଅମରା ସେବା କ୍ଲବର ୫୯ତମ ଶ୍ୟାମା କାଳୀପୂଜାରେ ମୁଖ୍ୟ ଅତିଥି ଭାବେ କଲିକତାର ମେୟର ଫିରହାଦ ହାକମି ଯୋଗ ଦେଇ ଦୀପ ପ୍ରଜ୍ଵଳନ କରିଥିଲେ। ବାଙ୍ଗଲାଦେଶର ମିଡ଼ିଆ ସେଠି ତାଙ୍କ ନାଁ ଯୋଡି ଭୁଲ ଅପପ୍ରଚାର କରୁଛି। ତେବେ ସବୁ ଘଟଣା ପରେ ସେ କ୍ଷମା ପ୍ରାର୍ଥନା କରି କହିଛନ୍ତି ଇସଲାମ ମୋର ଧର୍ମ ଓ ଏହାକୁ ମୁଁ ସମ୍ମାନ କରେ।