ଅର୍ଗସ ବ୍ୟୁରୋ: ବଢ଼ିବାରେ ଲାଗିଛି ତେଲୁଗୁ ଅଭିନେତ୍ରୀ ସାମନ୍ଥାଙ୍କ କ୍ରେଜ। ସାମନ୍ଥା ଫିଲ୍ମ ବ୍ୟତୀତ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ଅନେକ ସମୟରେ ଲାଇମଲାଇଟରେ ରୁହନ୍ତି। ଫିଲ୍ମରୁ ବିରତି ନେଇ ପୁଣି କମବ୍ୟାକ କରୁଛନ୍ତି ସାମନ୍ଥା। ବିଜୟ ଦେବରକୋଣ୍ଡାଙ୍କ ପରେ ବଲିଉଡ ଦଙ୍ଗବ ଷ୍ଟାର ସଲମାନ ଖାନଙ୍କ ସହ କରିବେ ସ୍କ୍ରିନ ସେୟାର। ଯାହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି।
ଫିଲ୍ମ 'ପୁଷ୍ପା-୨'ରେ ତାଙ୍କର ଆଇଟମ ଗୀତ ପାଇଁ ସେ ଅଧିକ ଚର୍ଚ୍ଚାରେ ରହିଥିଲେ। ଏବେ ସେ ବଲିଉଡ ଭାଇଜାନ ସଲମାନ ଖାନଙ୍କ ସହିତ ରୋମାନ୍ସ କରିବେ ବୋଲି ଏକ ଖବର ଆସିଛି। କରଣ ଜୋହରଙ୍କ ନିର୍ଦ୍ଦେଶିତ ଏକ ଚଳଚ୍ଚିତ୍ରରେ ସାମନ୍ଥା ନଜରକୁ ଆସିବାକୁ ଯାଉଛନ୍ତି। ତେବେ ଏହା କେତେଦୂର ସତ ତାହା ଜଣାପଡିନାହିଁ।
ଏଥିରେ ଫିଲ୍ମରେ ପ୍ରସିଦ୍ଧ ସାଉଥ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ଏବଂ ତ୍ରିଶାଙ୍କୁ ମଧ୍ୟ ଦେଖିବାକୁ ମିଳିବ କୁହାଯାଉଛି। ତେବେ ସାମନ୍ଥା ନିକଟରେ ଏକ ରୋଗରେ ପୀଡିତ ଥିଲେ। ସେଥିପାଇଁ ସେ ସିନେମା ଜଗତରୁ କିଛି ସମୟ ପାଇଁ ବିରତି ନେଇ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଉଥିଲେ। ନିକଟରେ ସାମନ୍ଥାଙ୍କୁ ଫିଲ୍ମ 'ଖୁସି'ରେ ଦେଖିବାକୁ ମିଳିଥିଲା। ସାମନ୍ଥା ୨୦୧୦ରୁ ତାଙ୍କ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: