ଇଡିର ଅଭିଯୋଗ ମଦ ନୀତି ଲାଗୁ କରିବାରେ ବ୍ୟାପକ ଦୁର୍ନୀତି ହୋଇଛି। ଅଭିଯୋଗକୁ ଖଣ୍ଡନ କରୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ଦିଲ୍ଲୀ ମଦ ନୀତି ମାମଲା। କୋର୍ଟରେ ହାଜର ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ। ଭିଡିଓ କନଫରେନ୍ସ ଜରିଆରେ ରାଉଜ ଏଭିନ୍ୟୁ କୋର୍ଟରେ ହାଜର ହେବେ।
ଇଡିର ଅଭିଯୋଗ ମଦ ନୀତି ଲାଗୁ କରିବାରେ ବ୍ୟାପକ ଦୁର୍ନୀତି ହୋଇଛି। ଅଭିଯୋଗକୁ ଖଣ୍ଡନ କରୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ।
ଅଧିକ ପଢ଼ନ୍ତୁ ଭାରତ ଖବର
ନୂଆଦିଲ୍ଲୀ: ବେଙ୍ଗଲରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି, ଧର୍ମ ଆଧାରରେ ସଂରକ୍ଷଣ ଚାହୁଁଛି କଂଗ୍ରେସ । ବିଜେପିକୁ ସମର୍ଥନ କରୁଥିବାରୁ SC, ST, OBCଙ୍କ କୋଟା ଛଡ଼ାଇ ମୁସଲମାନଙ୍କୁ ଦେବାକୁ ଷଡ଼ଯନ୍ତ୍ର ହୋଇଛି । ଆଉ ଏଥିରେ କଂଗ୍ରେସକୁ ସମର୍ଥନ କରୁଛନ୍ତି TMC ଓ INDI ମେଣ୍ଟ । ମୋଦି କହିଲେ, ମୁଁ ଥିବା ଯାଏଁ ସଫଳ ହେବନି ବିରୋଧୀଙ୍କ ଅପଚେଷ୍ଟା ।
ବଙ୍ଗାଲରେ ଜନସାଧାରଣଙ୍କୁ ଉଦବୋଧନ ଦେଇ କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି କଂଗ୍ରେସ ଧର୍ମ ଆଧାରରେ ସଂରକ୍ଷଣ ଲାଗୁ କରିବାକୁ ଚାହୁଁଛି କଂଗ୍ରେସ । ସେଥିପାଇଁ ଏସସି, ଏସଟି ଏବଂ ଓବିସିଙ୍କ କୋଟା ଛଢାଇ ନେଇ ଜେହାଦି ଭୋଟ ବ୍ୟାଙ୍କ ବା ମୁସଲମାନମାନଙ୍କୁ ଦେବାକୁ ଚାହୁଁଛି । ଦଳିତ ଓବିସି ଏବଂ ଆଦିବାସୀ ଯେଉଁମାନେ କଂଗ୍ରେସ ସହ 50 ବର୍ଷ ଧରି ରହିଲେ ସେମାନେ ଏବେ ମୋଦିଙ୍କୁ ସମର୍ଥନ ଦେଉଛନ୍ତି । ସେଥିପାଇଁ ସେମାନଙ୍କୁ ଦଣ୍ଡିତ କରିବାକୁ ଚାହୁଁଚି କଂଗ୍ରେସ । ତେଣୁ ସଂରକ୍ଷଣ ଛଡାଇ ନେଉଛି । କର୍ଣ୍ଣାଟକରେ ଏହି ପ୍ରକ୍ରିୟା ଆରମ୍ଭ କରିଦେଇଛି କଂଗ୍ରେସ । ଖାସ କରି ଏଥିପାଇଁ ବିରୋଧିଙ୍କୁ ସଂରକ୍ଷଣ ପ୍ରସଙ୍ଗରେ 3ଟି ଚ୍ୟାଲେଂଜ ଦେଇଛନ୍ତି ମୋଦି । ଯେ ପର୍ଯ୍ୟନ୍ତ ମୋଦି ଅଛନ୍ତି କଂଗ୍ରେସକୁ ଲୁଟିବାକୁ ଦେବ ନାହିଁ ବୋଲି ସେ କହିଛନ୍ତି ।
ଆମେଥିରେ ହାତ ଟେକିଦେଲେ ଗାନ୍ଧି ପରିବାର । ଏବେ ରାଏବରେଲୀ ଭରସା । ଆଜି ଏଆଇସିସି ପକ୍ଷରୁ ଶେଷ ମୁହୂର୍ତ୍ତରେ ରାଏବରେଲି ଓ ଆମେଥି ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିଲା । ଉତ୍ତରପ୍ରଦେଶର ରାଏବରେଲୀରୁ କଂଗ୍ରେସ ନେତା ରାହୁଲ ଗାନ୍ଧି ନାମାଙ୍କନ ଭରିଛନ୍ତି । ପିଏମ ମୋଦିଙ୍ କଟାକ୍ଷ, ଓ୍ବାଇନାଡାରୁ ରାହୁଲ ହାରିବେ। ତେଣୁ ଓ୍ବାଇନାଡାରେ ଭୋଟିଂ ଶେଷ ହେବା ପରେ ଆଉ ଗୋଟିଏ ସିଟ ଉପରେ ରାହୁଲଙ୍କ ନଜର ଥିଲା । ପିଏମ କହିଛନ୍ତି, ଆମେଥି କୁ ନେଇ ଏତେ ଭୟଭୀତ ଯେ ରାହୁଲ ଏବେ ରାୟବରେଲି ମୁହାଁ` 2024 ମହାଲଢେଇରେ କିଶୋରୀ ଲାଲ ଶର୍ମା ଲଢିବେ ଆମେଥିରୁ । ଗତ ନିର୍ବାଚନରେ ରାହୁଲ ଆମେଥିରୁ ଲଢିଥିଲେ । ରାହୁଲଙ୍କୁ ହରାଇଥିଲେ ବିଜେପି ନେତା ସ୍ମୃତି ଇରାନୀ ।
ଅଧିକ ପଢନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ : ମିଶନ ଶକ୍ତି ସଚିବ ପଦରୁ ହଟିଲେ ସୁଜାତା କାର୍ତ୍ତିକେୟନ । ଇସିଆଇଙ୍କ ନିର୍ଦ୍ଦେଶ କ୍ରମେ ପଦରୁ ହଟିଲେ ସୁଜାତା କାର୍ତ୍ତିକେୟନ । ମିଶନ ଶକ୍ତି ବିଭାଗରୁ ବିଦା ହେଲେ ପାଣ୍ଡିଆନଙ୍କ ପତ୍ନୀ । ବିଜୁ ଜନତା ଦଳ ପାଇଁ କାମ କରିବା ପଡ଼ିଲା ମହଙ୍ଗା । ସ୍ବାମୀ ପାଣ୍ଡିଆନଙ୍କ ପାଇଁ ସରକାରୀ କ୍ଷମତାର କରୁଥିଲେ ଦୁରୂପଯୋଗ ।
ଅଧିକ ପଢନ୍ତୁ : ମିଶନ ଶକ୍ତି ବିଭାଗରୁ ବିଦା ହେଲେ ପାଣ୍ଡିଆନଙ୍କ ପତ୍ନୀ
ବିଜେଡି ସପକ୍ଷରେ ଭୋଟ୍ ଦେବା ଲାଗି ସ୍ବୟଂ ସହାୟିକା ଗୋଷ୍ଠୀ ଉପରେ ପକାଉଥିଲେ ଚାପ । ସର୍ବସାଧାରଣ ଲୋକଙ୍କ ସହ ଜଡ଼ିତ ନଥିବା ବିଭାଗକୁ ବଦଳି ନିର୍ଦ୍ଦେଶ ଦେଇଥିଲେ ଇସିଆଇ । ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ସୁଜାତା କାର୍ତ୍ତିକେୟନଙ୍କୁ ବଦଳି । ଶାଳିନୀ ପଣ୍ଡିତଙ୍କୁ ମିଶନ ଶକ୍ତି ସଚିବ ଭାବେ ଅତିରିକ୍ତ ଦାୟିତ୍ବ ।
ଭୁବନେଶ୍ୱର: ଅପାର ସମ୍ଭାବନା ସତ୍ତ୍ବେ ଓଡ଼ିଶା ପଛୁଆ । ବିପଦରେ ଓଡ଼ିଆ ଭାଷା, ସଂକଟରେ ଓଡ଼ିଆ ଅସ୍ମିତା। ଓଡ଼ିଆ ସ୍ବାଭିମାନ ଏବେ ଅପମାନିତ। ଓଡ଼ିଆ ସ୍ବାଭିମାନକୁ ଆଘାତ କରୁଛି ଅମଲା କୋଟେରୀ । ଶଶିକଳା ସିଣ୍ଡ୍ରୋମ କଥା କହି ନିଶାନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଆ ଅସ୍ମିତା ନଷ୍ଟର 4ଟି ପ୍ରମାଣ ଗଣାଇଛନ୍ତି । ଓଡ଼ିଆ ଅସ୍ମିତା କଥା ଉଠାଇ ଏଥର ଓଡ଼ିଶା ନିର୍ବାଚନ ପାଇଁ ଏଜେଣ୍ଡା ସେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୁଣି ମୋଦି ସରକାର ସମୟରେ ହିଁ ଓଡ଼ିଶା ସବୁଠାରୁ ବେଶୀ ଲାଭବାନ ହୋଇଛି। ୟୁପିଏ ଓ ମୋଦି ସରକାର ସମୟରେ ଓଡିଶାକୁ ମିଳିଥିବା ଅନୁଦାନର ତୁଳନାତ୍ମକ ଚିତ୍ର ଦେଇ ରାଜ୍ୟରେ ଅପାରଗ ସରକାର ଓ ଶାସକ ଦଳ ଉପରେ ଜୋରଦାର ଆକ୍ରମଣ କରିଛନ୍ତି ଧର୍ମେନ୍ଦ୍ର।
ପୁରୀରେ ତ୍ରୟୋଦଶ ଶତାଦ୍ଦୀର ସିଂହକୁ ଅଳିଆଗଦାରେ ପକାଇବାରୁ ନେଇ ଲିଙ୍ଗରାଜ ମନ୍ଦିରର ସପ୍ତମ ଶତାଦ୍ଦିର ଶୁକସାରୀ ମନ୍ଦିରର ଦେବୀ ପ୍ରତିମା କୋଉଠି ଅଛି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ। ସେହିପରି ଯାଜପୁର ପାରଭାଡିର ପୁରାତନ ବୌଦ୍ଦ କୀର୍ତ୍ତିରାଜି କିଏ ନଷ୍ଟକଲା ବୋଲି ପ୍ରଶ୍ନ କରି ଆଜି ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଛନ୍ତି କେନ୍ଦ୍ର ମନ୍ତ୍ରୀ
2020ରେ ରଥଯାତ୍ରା ବନ୍ଦ ପାଇଁ କିଏ ଷଡଯନ୍ତ୍ର କରିଥିଲା। ସୁପ୍ରିମକୋର୍ଟରେ ଦାଖଲ ସତ୍ୟପାଠରେ ରାଜ୍ୟ ସରକାର କଣ ଉଲ୍ଲେଖ କରିଥିଲେ ତାର ଜବାବ ବି ମୁଖ୍ୟମନ୍ତ୍ରୀ ନିଜେ ରଖନ୍ତୁ ବୋଲି କହିଲେ କେନ୍ଦ୍ର ମନ୍ତ୍ରୀ।
ପାଇକ ସ୍ମାରକୀ ପାଇଁ ରାଜ୍ୟ ସରକାର କିପରି ସହଯୋଗ କରୁନାହାଁନ୍ତି ତାର ବି ତଥ୍ୟ ପ୍ରମାଣ ରଖିଥିଲେ କେନ୍ଦ୍ର ମନ୍ତ୍ରୀ.. କୌଣସି ନା କୌଣସି ଆଳ ଦେଖାଇ ଖୋର୍ଦ୍ଦାର ବରୁଣେଇରେ ପାଇକ ସ୍ମାରକୀ ପାଇଁ ଜମି ଦେଉନାହାଁନ୍ତି ସରକାର। ଏହାକୁ ଓଡିଆ ଅସ୍ମିତା ସହ ଯୋଡି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ଧର୍ମେନ୍ଦ୍ର। ରାଜ୍ୟରେ ଅସାମ୍ବିଧାନିକ ଓ ନିୟମକାନୁନ ବହିର୍ଭୁତ ଶାସନ ବ୍ୟବସ୍ଥା ଚାଲୁଥିବାର ଆଣିଲେ ଗୁରୁତର ଅଭିଯୋଗ। ଓଡିଆ ସ୍ବାଭିମାନକୁ ନଷ୍ଟ କରିବା ପାଇଁ ଅମଲାଙ୍କୁ ନେଇ ଗୋଟିଏ କୋଟେରୀ ଚେଷ୍ଟା କରୁଛି ।
ଉତ୍ତରାଧିକାରୀ ହେବା ପାଇଁ କେହି ମିଳିଲେ ନାହିଁ ବୋଲି ପ୍ରଶ୍ନ କରି ପୁଣି ଶଶି କଳା ସିଣ୍ଡ୍ରୋମର ଉଦାହରଣ ରଖି ନିଶାନା କଲେ ଧର୍ମେନ୍ଦ୍ର । ଅଗଣତାନ୍ତ୍ରିକ, କୋଟେରୀ, ବ୍ୟାକ ଡୋର, ଚଞ୍ଚକତା, ଦୁର୍ନୀତି, ପରିବାରବାଦ । ଏ ସବୁକୁ ମିଶାଇଲେ ଶଶି କଳା ସିଣ୍ଡ୍ରୋମ କୁହାଯିବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ । ଭାଷା ଭତିକ ପ୍ରଥମ ରାଜ୍ୟ ଓଡିଶା 2036ରେ 100 ବର୍ଷ ପୂର୍ତ୍ତି ପାଳନ କରିବ.. ତେବେ ସେତେବେଳେ ଓଡିଆ ପିଲାର ସ୍ବାସ୍ଥ୍ୟ, ମିହଳାଙ୍କ ସୁରକ୍ଷା, କାମ ନପାଇ ବାହାର ରାଜ୍ୟକୁ ଯାଉଥିବା ଯୁବକର ବ୍ୟଥାକୁ ବି ଓଡିଆ ଅସ୍ମିତା ସହ ଯୋଡିଛନ୍ତି କେନ୍ଦ୍ର ମନ୍ତ୍ରୀ। 2004ରୁ 2014 ଭିତରେ କଂଗ୍ରେସ ଶାସନରେ ଓଡିଶା ଓଡ଼ିଶା 3 ଲକ୍ଷ କୋଟି ପାଇଥିବା ବେଳେ ମୋଦି ସରକାର ସମୟରେ ଗତ 10 ବର୍ଷରେ ରାଜ୍ୟକୁ ମିଳିଥିବା 18 ଲକ୍ଷ କୋଟିର ହିସାବ ଦେଇଥିଲେ କେନ୍ଦ୍ର ମନ୍ତ୍ରୀ।
ଅଧିକ ପଢନ୍ତୁ ଓଡ଼ିଶା ଖବର