ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହରିୟାଣା ମୁଖ୍ୟମନ୍ତ୍ରୀ ମୋନହର ଲାଲ୍ ଖଟ୍ଟରଙ୍କ ସହ ଫରିଦାବାଦ ଠାରେ ଇଣ୍ଡିଆନ ଅଏଲ ଟେକ୍ନୋଲୋଜି ଡେଭଲପମେଂଟ୍ ଆଣ୍ଡ୍ ଡିପ୍ଲୋଏମେଟ୍ ସେଂଟରର ଦ୍ୱିତୀୟ ଆର୍ ଏବଂ ଡି କ୍ୟାମ୍ପସର ଶିଳାନ୍ୟାସ କରିଛନ୍ତି । ଉଦଘାଟିତ ହୋଇଥିବା ଦ୍ୱିତୀୟ ଆର ଏବଂ ଡି ସେଂଟର ଆଗାମୀ ଦିନରେ ସ୍ୱଚ୍ଛ, ବିକଳ୍ପ ଓ ସ୍ୱଦେଶୀ ଉର୍ଜା ସମାଧାନର ମାର୍ଗ ଖୋଜବାର ଲାବରୋଟୋରି ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
Through digital medium jointly laid the foundation stone for the 2nd R&D campus of Indian Oil Technology Development and Deployment Centre at Faridabad, Haryana, along with Hon. CM Haryana Shri @mlkhattar ji. pic.twitter.com/xC0w5oOuMq
— Dharmendra Pradhan (@dpradhanbjp) June 29, 2020
ଇଣ୍ଡିଆନ ଅଏଲର ଆର୍ ଆଣ୍ଡ୍ ଡି ସେଂଟର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତରେ ଯୋଗଦାନ ଦେଉଅଛି । ଆର ଆଣ୍ଡ ଡି ସେଂଟର ଆତ୍ମନିର୍ଭର ଭାରତର ଚାବିକାଠି । ଉର୍ଜା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ଦିଗରେ ଏହା ବଡ ପଦକ୍ଷେପ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ କୃଷି ବର୍ଜ୍ୟ ବସ୍ତୁରୁ ବିକଳ୍ପ ଇନ୍ଧନ ପ୍ରସ୍ତୁତ କରିବାରେ ହରିୟାଣା ବଡ ଭୂମିକା ନେବ । ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ଲାଲ ଖଟ୍ଟରଙ୍କ ନେତୃତ୍ୱରେ ସାମାଜିକ-ଅର୍ଥନୈତିକ ଏବଂ ବିକାଶ ମ୍ୟାପରେ ହରିୟାଣା ଅତୁଳନୀୟ ପ୍ରଦର୍ଶନ କରିଛି । ରାଜ୍ୟରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସର କାର୍ଯ୍ୟ ପ୍ରକ୍ରିୟାକୁ ପ୍ରୋତ୍ସାହନ ଦେଉଥିବାରୁ ଏବଂ ହରିୟାଣା ଭଳି ରାଜ୍ୟ କିରୋସିନି ମୁକ୍ତ ହୋଇଥିବାରୁ ଶ୍ରୀ ପ୍ରଧାନ ହରିୟାଣା ସରକାରଙ୍କୁ ଧନ୍ୟବାଦ ଦେଇଥିଲେ । ହରିୟାଣାକୁ ଦେଶର ଗବେଷଣା ଏବଂ ବିକାଶର ପେଣ୍ଠସ୍ଥଳି ଭାବେ ନେତୃତ୍ୱ ନେବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ବୈଶ୍ୱିକ ମାହମାରୀ କରୋନା ଭଳି ସଂକଟ ସମୟରେ ଦେଶ ୧୫୦ଟି ଦେଶକୁ ହାଇଡ୍ରୋକ୍ଲୋରୋକଇନ ଔଷଧ ପଠାଇ ବଡ ଭୂମିକା ଗ୍ରହଣ କରିଛି । ଦେଶରେ ପେଟ୍ରୋକେମିକାଲର ଆବଶ୍ୟକତା ବୃଦ୍ଧି ପାଉଛି ଏବଂ ପେଟ୍ରୋଲିୟମ ଉତ୍ପାଦ କ୍ଷେତ୍ରରେ ଆମଦାନୀ ହ୍ରାସ କରିବାକୁ ଯୋଜନା କରାଯାଉଛି । ଏହି ଅବସରରେ ଶ୍ରୀ ପ୍ରଧାନ ଭାରତକୁ ପେଟ୍ରୋକେମିକାଲ୍ ପେଣ୍ଠସ୍ଥଳିରେ ପରିଣତ କରିବା ପାଇଁ ଶିଳ୍ପସଂସ୍ଥା ଗୁଡିକୁ ଆହ୍ୱାନ କରିଛନ୍ତି । ଏହାସହ ଶ୍ରୀ ପ୍ରଧାନ ବର୍ଜ୍ୟରୁ ଉର୍ଜା ପ୍ରସ୍ତୁତ କରିବା ପାଇଁ ଗୋଷ୍ଠୀ ଆଧାରିତ ମଡେଲ୍ ଉପରେ ଅଧିକ ଗୁରୁତ୍ୱଦେବାକୁ ଇଣ୍ଡିଆନ ଅଏଲକୁ ଆହ୍ୱାନ କରିଥିଲୋ
ଅର୍ଗସ ବ୍ୟୁରୋ: ବିଶ୍ୱକପ ପୂର୍ଵରୁ ଭାରତୀୟ ଦଳ ଆଜି ଅଷ୍ଟ୍ରେଲିଆ ସହ ମୁହାଁ ମୁହିଁ ହେବ । ୩ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ଆଜି ମୋହାଲିରେ ଖେଳାଯିବ । ବିରାଟ କୋହିଲି, ରୋହିତ ଶର୍ମା ଓ ହାର୍ଦ୍ଧିକ ପାଣ୍ଡିଆଙ୍କ ଅନୁପସ୍ଥିତିରେ କେ ଏଲ ରାହୁଲ ପ୍ରଥମ ଦୁଇଟି ମ୍ୟାଚରେ ଭାରତୀୟ ଦଳର ନେତୃତ୍ଵ ନେବେ ।
ଅକ୍ଟୋବର ୫ ରୁ ଆରମ୍ଭ ହେଵାକୁ ଥିଵା ଆଇସିସି ୱାଲ୍ଡକପ ପୂର୍ଵରୁ ଅଷ୍ଟ୍ରେଲିଆ ଦଳକୁ ପରକ୍ଷିଵା ପାଇଁ ଏକ ଉତ୍ତମ ସୁଯୋଗ ହେଵ । ଦିନିକିଆ ସିରିଜିର ଅନ୍ୟ ଦୁଇଟି ମ୍ୟାଚ ସେପ୍ଟେମ୍ଵର ୨୪ ଓ ସେପ୍ଟେମ୍ଵର ୨୭ରେ ରାଜକୋଟରେ ଖେଳାଯିଵ ।
ଦୀର୍ଘ ୧୨ ବର୍ଷ ତଳେ ୨୦୧୧ ମସିହାରେ ଭାରତୀୟ ଦଳ ୱାଲ୍ଡକପ ଟ୍ରଫି ହାତେଇ ଥିଲା । ତେଣୁ ଟ୍ରଫି ହାତେଇଵା ପାଇଁ ଭାରତୀୟ ଦଳ ଵେଶ ଆଶାଵାଦୀ ରହିଥିଵାଵେଳେ ଆଗାମୀ ୱାଲ୍ଡକପ ସଂସ୍କରଣରେ ଭାରତୀୟ ଦଳ ଅକ୍ଟୋଵର ୮ରେ ଅଷ୍ଟ୍ରେଲିଆ ସହ ପ୍ରଥମ ମ୍ୟାଚ ଖେଳି ନିଜ ଅଭିଯାନ ଆରମ୍ଭ କରିଵ । ଏହି ମ୍ୟାଚ ଚେନ୍ନାଇରେ ଖେଳାଯିଵ ।
ଆହୁରି ପଢନ୍ତୁ ଖେଳ ଖବର...
କଟକ : ଘର ଭିତରେ ବେକରେ ଗାମୁଛାରେ ରସି ଲଗାଇ ଫ୍ୟାନରେ ଝୁଲି ଯୁବକଙ୍କ ଆତ୍ମହତ୍ୟା। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଶିଶୁଆ କଲ୍ୟାଣପୁର ଗ୍ରାମରେ। ମୃତ ଯୁବକ ଜଣକ ହେଲେ କଲ୍ୟାଣପୁର ଗ୍ରାମର ଚନ୍ଦନ ଭୋଇ। ଚନ୍ଦନ ଭୋଇକୁ ପରିବାରଲୋକେ ଉଦ୍ଧାର କରି ମେଡିକାଲକୁ ଆଣିଥିଲେ। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି।
ଅଧିକ ପଢନ୍ତୁ ଓଡିଶା ଖବର
ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ଏକ ଅପମୃତ ମାମଲା ରଜୁ କରି ଶବବ୍ୟବଚ୍ଛେଦ ପାଇଁ କଟକ ପଠାଇ ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି। ସୂଚନା ମୁତାବକ ଚନ୍ଦନ ଭୋଇ ବିଦ୍ୟୁତ ବିଭାଗରେ ଡ୍ରାଇଭର ଭାବେ କାମ କରନ୍ତି।