ଏହାସହ କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, ଯେଉଁମାନେ ଚେଷ୍ଟା କରନ୍ତି ସେମାନେ କେବେ ହାରନ୍ତିନି । କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ପ୍ରଦୀପଙ୍କ ଉଦ୍ଦେଶ୍ୟ, ଉତ୍ସାହ ଏବଂ କଠିନ ପରିଶ୍ରମର ମିଶ୍ରଣ ଯୁବ ଭାରତର ପରିଚୟ । କିପରି ନିଜ ସ୍ୱପ୍ନ ସହ ବଞ୍ଚିବେ ତାହା ମଧ୍ୟ ସେ ଲୋକଙ୍କୁ ଦେଖାଇଛନ୍ତି । ପ୍ରଦୀପଙ୍କୁ ବହୁତ ବହୁତ ଶୁଭେଚ୍ଛା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
लहरों से डर कर नौका पार नहीं होती
कोशिश करने वालों की हार नहीं होती।
Pradeep Mehra’s sense of purpose, passion and tough grind represents the indomitable spirit and can-do-attitude of young India. He has also shown people how to live their dream. Wishing Pradeep the very best. https://t.co/AdAUM2meQG — Dharmendra Pradhan (@dpradhanbjp) March 21, 2022
ସୂଚନାଯୋଗ୍ୟ, ବିଳମ୍ବିତ ରାତିରେ ଦିଲ୍ଲୀର ସଡକରେ ଦୌଡୁଥିଲେ 19 ବର୍ଷର ଯୁବକ । ଦୌଡୁଥିବା ଏହି ଯୁବକ ହେଉଛନ୍ତି ପ୍ରଦୀପ ମେହରା । ଏମିତି ଦୌଡିବା ତାଙ୍କର ନୀତିଦିନର ଅଭ୍ୟାସ । ଦିଲ୍ଲୀର ନୋଏଡାରେ ଥିବା MCdonaldରେ ସେ କାମ କରନ୍ତି । ଆଉ କାମ ସାରି ରାତିରେ ଫେରିବା ସମୟରେ ସେ 10 କି.ମି ଦୌଡି ଦୌଡି ଘରକୁ ଫେରନ୍ତି ।
ତେବେ ଦିନେ ରାତିରେ ସେ ଫେରିବା ସମୟରେ ସେହି ବାଟ ଦେଇ ଗାଡିରେ ଯାଉଥିଲେ ଚଳଚ୍ଚିତ୍ର ନିର୍ମାତା ତଥା ଲେଖକ ବିନୋଦ କାପ୍ରି । ସେ କାର୍ ରେ ଯାଉଥିବାବେଳେ ତାଙ୍କୁ ମଧ୍ୟ କାର୍ ରେ ନେଇ ଘରେ ଛାଡିଦେବେ ବୋଲି କହିଥିଲେ । ହେଲେ ସେ ମନା କରିଦେଇଥିଲେ । ଆଉ କହିଥିଲେ ମୁଁ ଏମିତି ଦୌଡି ଦୌଡି ଘରକୁ ଫେରେ ।
ଯାହା ବିନୋଦ କାପ୍ରିଙ୍କୁ ଖୁବ ଆଶ୍ଚର୍ଯ୍ୟ କରିଥିଲା । ତାଙ୍କ ସହ ଆଉ ଅଧିକ କଥା ହେବା ପାଇଁ ସେ ଚେଷ୍ଟା ମଧ୍ୟ କରିଥିଲେ । ସେଥିପାଇଁ ସେ ଏହି ଭିଡିଓ ବନାଇଥିଲେ । ପ୍ରଦୀପ ମଧ୍ୟ ଦୌଡି ଦୌଡି ତାଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଦେବାରେ ଲାଗିଥିଲେ । ଦେହରୁ ଝାଳ ବାହାରୁନଥିଲା କି ବିରକ୍ତି ପ୍ରକାଶ କରୁନଥିଲେ ଖୁବ ଶାନ୍ତ ଓ ନମ୍ରତାର ସହ ସେ ତାଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଦେଇଚାଲିଥିଲେ । ଆଉ କହିଥିଲେ ମତେ ସେନାରେ ଯିବାକୁ ଇଚ୍ଛା ଅଛି । ଆଉ ଯେହେତୁ ତାଙ୍କୁ ଆଉ କେତେବେଳେ ସମୟ ମିଳେନି ସେଥିପାଇଁ ସେ ରାତିରେ ଦୌଡିବାକୁ ଭଲ ପାଆନ୍ତି । ଘରେ ବାପା ମା ରହୁଥିବାବେଳେ ଦିଲ୍ଲୀରେ ସେ ତାଙ୍କ ଭାଇଙ୍କ ସହ ରୁହନ୍ତି । ଆଉ ରାତିରେ ଘରକୁ ଗଲାପରେ ନିଜେ ରୋଷେଇ କରି ଖାଇବା ସହ ତାଙ୍କ ଭାଇଙ୍କୁ ଖାଇବାକୁ ଦିଅନ୍ତି । ଏହାସହ ଘରେ ଅସୁସ୍ଥ ମା ଥିବାରୁ ତାଙ୍କୁ ଟଙ୍କା ମଧ୍ୟ ପଠାନ୍ତି । ତାଙ୍କୁ ବାରମ୍ବାର ଗାଡିରେ ନେଇ ଛାଡିଦେବାକୁ ବିନୋଦ କାପ୍ରି କହିଥିବା ସତ୍ତ୍ୱେ ସେ ଯିବେ ନାହିଁ ବୋଲି ସଫା ସଫା ମନା କରିଥିଲେ । ଆଉ କହିଥିଲେ ଏହା ମୋ ଅଭ୍ୟାସରେ ପ୍ରଭାବ ପକାଇବ । ମୁଁ ଯିବିନି ।
ଏହି ଭିଡିଓ ଆଜିର ଯୁବପୀଢିକୁ ଖୁବ ପ୍ରେରଣା ଦେବ କହି ଭିଡିଓଟିକୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ ଲେଖକ ବିନୋଦ କାପ୍ରି । ଯାହା କିଛି ସମୟ ମଧ୍ୟରେ ଭାଇରାଲ ହୋଇଥିଲା ।