ଅଧିକ ପଢନ୍ତୁ: ମାତା ବୈଷ୍ଣୋ ଦେବୀଙ୍କ ପୂଜାର୍ଚ୍ଚନା କଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତେବେ ୭୫ ବର୍ଷ ପରେ ଦୀପାବଳୀ ଅପସରରେ ଏଠାରେ ପୂଜା ହୋଇଥିବା କହିଛନ୍ତି ଶାରଦା ସମିତିର ମୁଖ୍ୟ ତଥା ପ୍ରତିଷ୍ଠାତା ରବୀନ୍ଦର ପଣ୍ଡିତା । ଶାରଦା ପୀଠ ହେଉଛି ମା' ସରସ୍ବତୀଙ୍କ କାଶ୍ମୀରୀ ନାମ । ଟିଟୱାଲ ଗାଁଠାରୁ ଏହା ୪୦ କିଲୋମିଟର ଦୂରରେ ରହିଛି । ଏହି ମନ୍ଦିରର ନବୀକରଣ କରାଯିବା ସହ ଚଳିତ ବର୍ଷ ମାର୍ଚ ୨୩ରେ ଏହାକୁ ଉଦଘାଟନ କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ବିଭାଜନ ପୂର୍ବରୁ ମନ୍ଦିର ଯେଉଁଠି ରହିଥିଲା ଠିକ ସେହି ସ୍ଥାନରେ ସମାନ ଢାଞ୍ଚାରେ ଏହାକୁ ନିର୍ମାଣ କରାଯାଇଛି । ନବରାତ୍ରୀ ସମୟରେ ଅମିତ ଶାହ ଏହାରେ ପୂଜା କରିବା ସହ ଏହି ମନ୍ଦିର ଉପତ୍ୟକାରେ ଶାନ୍ତି ଫେରାଇବାର ପ୍ରତୀକ ବୋଲି କହିଥିଲେ ।
ଭାରତ ଖବର ଆହୁରି ପଢନ୍ତୁ