ମୋଟ୍ ଉପରେ ମଧୁମେହ ରୋଗୀକୁ ନିୟନ୍ତ୍ରଣ କରିବାକୁ ଦୀର୍ଘ ୨୫ବର୍ଷ ହେଲା ନିରନ୍ତର ପ୍ରୟାସ ଜାରି ରଖିଛି ଡାଏବେଟିସ ଇଣ୍ଡିଆ ଅନୁଷ୍ଠାନ । ଖାଲି ପ୍ରୟାସ ଜାରି ରଖିଛନ୍ତି ତାହା ନୁହେଁ ବରଂ ମଧୁମେହ ନିରାକରଣ ଏବଂ ଚିକିତ୍ସା ସହ ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କର ହାର୍ଟ, କିଡନୀ , ମସ୍ତିଷ୍କ ଏବଂ ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗ କେମିତି ଭଲରେ ରହିବ ସେନେଇ ସର୍ବଭାରତୀୟ ସ୍ତରରେ ସେ କାର୍ଯ୍ୟ କରିଥିଲେ । ଆଉ ଯାହା ଆଜି ତାଙ୍କୁ ସଫଳତା ଆଣିଦେଇଛି ।
ଗୁରୁତ୍ଵପୂର୍ଣ୍ଣ କଥା ହେଲା ସୌକତ କେବଳ ଏକା ନୁହନ୍ତି ବରଂ ଏହା କାମରେ ତାଙ୍କର ପୂରା ଟିମ୍ କାମ କରୁଥିଲା । ଆଉ ଏହାରି ଭିତରେ ବେଙ୍ଗାଳୁରୁର କାମ କରୁଥିବା ଟିମ ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ସମୟରେ ଅହମ୍ମଦାବାଦର ପ୍ରତିଷ୍ଠିତ ବ୍ୟକ୍ତି ତଥା କର୍ଣ୍ଣାଟକ ସରକାରଙ୍କ ସଚିବ ଡ. ବଂଶୀ ସାବୁ, କଟକର ଜଣାଶୁଣା ପ୍ରଫେସର ଜୟନ୍ତ ପଣ୍ଡା, ପଦ୍ମଶ୍ରୀ ପ୍ରଫେସର ଶଶାଙ୍କ ଯୋଶୀ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ଥିଲେ । ତେବେ ଏହି ସମ୍ମାନନୀୟ ଅତିଥିଙ୍କୁ ଭେଟି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବେଶ ଖୁସି ବ୍ୟକ୍ତ କରିଥିଲେ ।