ଅର୍ଗସ ବ୍ୟୁରୋ: ଧର୍ମକ୍ଷେତ୍ର କାକଟପୁରରେ ଗୋମାଂସ କଟାକୁ ନେଇ ବିବାଦ । ପବିତ୍ର ସମେଶ୍ୱର ମନ୍ଦିର ନିକଟର ଥିବା ବସ୍ତିରେ ଗୋମାଂସ କଟାକୁ ବିରୋଧ କରାଯିବାରୁ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି । ଗୋହତ୍ୟାକୁ ମନା କରିବାରୁ RSS, ବିଶ୍ୱହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳର କର୍ମୀ ଙ୍କୁ ନିସ୍ତୁକ ମାଡ ମରାଯାଇଥିଲା । ଏପରିକି ସେମାନଙ୍କୁ ଅପହରଣ କରି ଘରେ ପୁରାଇ ଛୁରୀ ଓ ଖଣ୍ଡା ସାହାଯ୍ୟରେ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ଏଥିରେ ୧୫ଜଣ ଗୁରୁତର ଆହତ ହୋଇଛନ୍ତି । ଗତକାଲି ରାତିରେ ଗୋହତ୍ୟା ଚାଲିଥିବା ଖବର ପାଇ ପୋଲିସ ସହ ଆରଏସଏସ ଓ ବଜରଂଗ ଦଳର କର୍ମୀମାନେ ପହଞ୍ଚିଥିଲେ ।
କିନ୍ତୁ ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥବା କିଛି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକମାନେ ଆକ୍ରମଣ କରିଥିଲେ । ଓଡିଶାରେ ଗୋ ହତ୍ୟା ଉପରେ ନିଷେଧାଦେଶ ଲାଗୁ ହୋଇଥିବା ବେଳେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକ ବେଧଡକ ଗୋ ହତ୍ୟା କରଥିବା ଅଭିଯୋଗ ହୋଇଛି । କାକଟପୁର ସମେଶ୍ବର ମନ୍ଦିର ନିକଟରେ ଥିବା ଏକ ବସ୍ତିର କିଛି ଲୋକ ଗୋ ହତ୍ୟା ପରେ ସେମାନଙ୍କ ମୁଣ୍ଡ, ହାଡ ଓ ଚମଡାକୁ ଖୋଲା ପଡିଆରେ ଫିଙ୍ଗି ଦେଇଥାନ୍ତି । ସେହି ଗୋରୁ ହାଡ ଓ ଚମଡାକୁ କୁକୁରମାନେ ସମେଶ୍ବର ମନ୍ଦିର ପ୍ରାଙ୍ଗଣରେ ପକାଇଥାନ୍ତି । ଏହାକୁ ବିରୋଧ କରି ଆରଏସଏସ ପକ୍ଷରୁ ପୋଲିସରେ ଅଭିଯୋଗ ହୋଇଥିଲା । ବିନା ଅନୁମତିରେ ଗୋ ହତ୍ୟା ଧର୍ତ୍ତବ୍ୟ ଅପରାଧ । କିନ୍ତୁ ଏ ନେଇ ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ଉଦାସୀନ । ଓଡିଶା ଗୋ ହତ୍ୟା ନିଷେଧାଦେଶ ଆଇନ୍, 1960 ଅନୁଯାୟୀ ରାଜ୍ୟରେ ଗୋ ହତ୍ୟା ଉପରେ ଜାରି ହୋଇଛି କଟକଣା । ଏହାର ଉଲ୍ଲଂଘନ ହେଲେ ଦୁଇ ବର୍ଷ ଜେଲ ଦଣ୍ଡ କିମ୍ବା ଏକ ହଜାର ଟଙ୍କା ଫାଇନ୍ କିମ୍ବା ଉଭୟ ଦଣ୍ଡାଦେଶ ହୋଇପାରେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: